ତିର୍ତ୍ତୋଲ ବିଧାନସଭା ଉପରେ ସବୁ ଦଳର ଆଖି ; ନବାଗତ ପ୍ରାର୍ଥୀ ଭାବେ କଂଗ୍ରେସର ଦେବେନ୍ଦ୍ର ମଲ୍ଲିକ ଆଗୁଆ

Straight to the Point

ଜଗତସିଂହପୁର,(ଓଡିଶା ଜର୍ଣ୍ଣାଲ): ଜଗତସିଂହପୁର ଜିଲ୍ଲାର ସଂରକ୍ଷୀତ ଆସନ ଭାବେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ଆସନ୍ତା ୨୦୧୯ ନିର୍ବାଚନ ବିଜେଡି,କଂଗ୍ରେସ ,ବିଜେପି ମଧ୍ୟରେ କଡାମୁକାବିଲା ହେବାର ଜନସାଧାରଣରେ ଚର୍ଚ୍ଚା ହେଉଥିବା ଜଣାପଡିଛି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ସଂରକ୍ଷୀତ ବର୍ଗଙ୍କ ନିମନ୍ତେ ଅନୁସୂଚୀତ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷୀତ ପୂର୍ବରୁ ଏହି ନିର୍ବାଚନମଣ୍ଡଳୀ ରାଜ୍ୟରାଜନିତୀରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିଆସୁଥିଲା । ଏହି ନିର୍ବାଚନ ମଣ୍ଡଲୀରୁ ବହୁ ଲୋକପ୍ରିୟ ନେତା ନିର୍ବାଚିତ ହୋଇଛନ୍ତି । ତିର୍ତ୍ତୋଲ ନର୍ବାଚନ ମଣ୍ଡଳୀ ସଂରକ୍ଷୀତ ହେବାପରେ ବିଜେଡିରୁ ୨୦୦୯ରବିନ୍ଦ୍ର ଭୋଇ,୨୦୧୪ରେ ରାଜଶ୍ରୀ ମଲ୍ଲିକ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।

ତିର୍ତ୍ତୋଲ ୧୦୨ବିଧାନଭାକ୍ଷେତ୍ର ତିନିଗୋଟି ବ୍ଲକକୁ ରଘୁନାଥପୁର,ବିରିଡି,ତିର୍ତ୍ତୋଲ କେୁ ନେଇଗଠିତ । ୨୦୧୪ରେ ବିଧାୟିକା ନିର୍ବାଚିତ ହେଲାପରେ ବିଜେଡି ବିଜେଡି ମଧ୍ୟରେ ଗୋଷ୍ଠି କନ୍ଦଳ ହେଲା ଯାହାକି ବିକାଶ ବଦଳରେ ବର୍ଷବର୍ଷଧରି ନିଜ ନିଜ ମଧ୍ୟରେ ତିକ୍ତତା ହେବାସହ ବିଜେଡି ମଧ୍ୟରେ ଦୁଇ ଗୋଷ୍ଠି ଭିତରେ ଗୋଷ୍ଠି କନ୍ଦଳ ଏବେବି ମଧ୍ୟ ଲାଗି ରହିଛି । ପୂର୍ବରୁ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରୁ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା ବିଜେଡି ଠାରୁ ପରାସ୍ତ ଜନସାଧାରଣ ତଥା କର୍ମୀ ମାନଙ୍କ ଠାରୁ ଅଲୋଡା ହୋଇପଡିବା ଦ୍ୱାରା କଂଗ୍ରେସ ସଂଗଠନ ଦୁର୍ବଳ ହୋଇ ପଡିଛି ।

ତେବେ ୨୦୧୯ ନିର୍ବାଚନ ଟିକେଟ ଦୌଡରେ କଂଗ୍ରେସ ଦଳ ପକ୍ଷରୁ ଦେବେନ୍ଦ୍ର କୁମାର ମଲ୍ଲିକ ସାଂଗଠନିକ ଦକ୍ଷତା ସହ ଦେବେନ୍ଦ୍ର ରାଜ୍ୟ କଂଗ୍ରେସ ଅନୁସୂଚୀତ ଜାତି ସେଲର ଆବାହକ ଥିବାରୁ ସେ ଟିକଟ ପାଇଁ କଂଗ୍ରେସର ଆଗଧାଡିରେ ଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି । ଜନସାଧାଣ କୁହନ୍ତି ବିଜେଡିର ଗୋଷ୍ଠି କନ୍ଦଳ ଯୋଗୁ ଏଥର ଏହି ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳ ଆଗରେ ରହିବ । ଯଦି କଂଗ୍ରେସ ପକ୍ଷରୁ ସାଂଗଠନିକ ଦକ୍ଷତା ଥିବା ପ୍ରାର୍ଥୀ ଦେବେନ୍ଦ୍ର ମଲ୍ଲିକକୁ ପ୍ରାର୍ଥୀ କରାଯାଏ ତେବେ କଂଗ୍ରେସର ବିଜୟ ସମ୍ବାବନାକୁ ଏଡାଇ ଦିଆଯାଇନପାରେ ।

ଏପରି ସ୍ଥଳେ ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା କୁ ପାଥେୟ କରି ବିଜେପ ଦଳର ଗତ୨୦୧୪ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥୀ ରମାକାନ୍ତ ଭୋଇ ମଧ୍ୟ ଟିକେଟ ଦୌଡରେ ଅଛନ୍ତି ,ବିଜେଡିର ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିଜ ନିର୍ବାଚନ ମଣ୍ଡଳୀ ଛାଡି ତିର୍ତ୍ତୋଲ ଉପରେ ଆଖି ପକାଉଥିବା ବେଳେ,ବିଧାୟିକା ରାଜଶ୍ରୀ ମଲ୍ଲିକ ,ଜିଲ୍ଲା ପରିଷଦ ଲତାଦାସ,ଯୁଧିଷ୍ଟିର ସେଠି ମଧ୍ୟ ଶାସକ ବିଜେଡି ଟିକେଟ ଦୌଡରେ ଥିବା ଜଣାପଡିଛି । ଏଭଳି ସ୍ଥିତିରେ ଆଶାୟୀ ପ୍ରାର୍ଥୀ ମାନେ ଅଙ୍କ ମଧ୍ୟ ବିଗାଡିବାର ସମ୍ବାବନା ରହୁଛି ।

error: Thank You Keep Visiting