ନବୀନ ବାବୁ ହାରିବା ଭୟରେ ଭୋକ ବିକଳରେ ତାଟିଆ କାମୁଡୁଛନ୍ତି :ବିଜେପି

Straight to the Point

 ଭୁପେନ୍ଦର ସିଂ ପଟେଲ ନିଜେ ଜଣେ ଅଭିଯୁକ୍ତ
 ନବୀନ ବାବୁଙ୍କୁ ଶାସନ କ୍ଷମତାରେ ଆଣି ନିଜେ ଶାସନ କରିବା ପାଇଁ ଲାଗିଛନ୍ତି ଭି.କେ ପାଣ୍ଡିଆନ
 ଭର୍ତୃହରି ବାବୁ ନବୀନ ଏବଂ ପାଣ୍ଡିଆନଙ୍କ ଦିଲ୍ଲୀ ଏଜେଂଟ
 ସୂଚନା ଅଧିକାର କର୍ମୀ ଭୁପେନ୍ଦର ସିଂ ପଟେଲଙ୍କ ବିମାନ ଏବଂ ହୋଟେଲ ଖର୍ଚ୍ଚ ଦେଇଛି କିଏ ?

ଭୁବନେଶ୍ୱର,(ଓଡିଶା ଜର୍ଣ୍ଣାଲ): ବିଜେପି ନେତା ବୈଜୟନ୍ତଙ୍କ ବିରୁଦ୍ଧରେ ସୂଚନା ଅଧିକାର କର୍ମୀ ଭୁପେନ୍ଦର ସିଂ ପଟେଲ ଅଭିଯୋଗ ସଂପୂର୍ଣ୍ଣରୂପେ ପ୍ରାୟୋଜିତ । ପୂର୍ବରୁ ବିଜେଡି ସାଂସଦ ଭତୃହରି ମହତାବ ସଂସଦରେ ଉଠାଇଥିଲେ । ଆଜିର ଅଭିଯୋଗ ପୂର୍ବରୁ ଆସିଛି ମାତ୍ର ବୈଜୟନ୍ତ ଏହି ଘଟଣାକୁ ସଂପୂର୍ଣ୍ଣରୂପେ ଖଣ୍ଡନ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ।
ରାଜ୍ୟକାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଓଡିଶା ପ୍ରଶାସନକୁ କରାୟତ କରି ରଖିଥିବା ସଚିବ ଭି.କେ ପାଣ୍ଡିଆନ, ଭୁପେନ୍ଦର ସିଂ ପଟେଲକୁ ନିଜ ଖର୍ଚ୍ଚରେ ଆଣି ପ୍ରେସ କ୍ଲବରେ ବିଜେପି ନେତା ବୈଜୟନ୍ତଙ୍କ ବିରୁଦ୍ଧରେ ଷଡଯନ୍ତ୍ର ରଚିଛନ୍ତି । ଅନ୍ୟପଟେ ୨୫ ଲକ୍ଷ ଗରୀବ ଓଡିଆଙ୍କ ଝାଳବୁହା ଧନକୁ ନଫେରେଇ ଓଲଟା ପଶ୍ଚିିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଚିଟଫଣ୍ଡ କେସରେ ସମର୍ଥନ ଦେଇଥଚାଲିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।
ଭୁପେନ୍ଦର ସିଂ ପଟେଲ ନିଜେ ଜଣେ ଅଭିଯୁକ୍ତ । ଯାହାଙ୍କ ବ୍ୟବସାୟିକ ସଂପର୍କ ଅଜିତ ଯୋଗୀଙ୍କ ପୁଅଙ୍କ ସଂଗେ ରହିଛି । ରାଜ୍ୟରେ ତାମିଲ ପ୍ରଶାସକ ଭି.କେ ପାଣ୍ଡିଆନଙ୍କ ସହ ତାଙ୍କର କ’ଣ ସଂର୍ପକ ରହିଛି ତାହା ସ୍ପଷ୍ଟ ହେବା ଦରକାର । ତାଙ୍କ ବିମାନ ଏବଂ ହୋଟେଲ ଖର୍ଚ୍ଚ କିଏ ଦେଇଛି ତାହାର ପର୍ଦ୍ଦାଫାଶ ହେବା ଦରକାର ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଅଣଓଡିଆ ପ୍ରଶାସନିକ ଅଧିକାରୀ ନବୀନ ବାବୁଙ୍କୁ ଶାସନ କ୍ଷମତାରେ ଆଣି ନିଜେ ଶାସନ କରିବା ପାଇଁ ଲାଗିଛନ୍ତି । ଆଜିର ଅଭିଯୋଗ ଉଦ୍ଦେଶ୍ୟମୂଳକ ଏବଂ ପାଣ୍ଡିଆନଙ୍କ ଚକ୍ରାନ୍ତ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ବିଜେଡି ନିର୍ବାଚନ ହାରିବା ଭୟରେ ପାଣ୍ଡିଆନ ବ୍ୟତିବ୍ୟସ୍ତ ହୋଇ ପଡିଲେଣି । ହଜାର ହଜାର କୋଟି ଦୁର୍ନୀତିରେ ପାଣ୍ଡିଆନ ସଂଶ୍ଲିଷ୍ଟ ଅଛନ୍ତି । ଚିଟ୍ଫଣ୍ଡ ଟଙ୍କା ଲୁଟ କରି ତାମିଲନାଡୁରେ ଫାର୍ମ ହାଉସ କରୁଛନ୍ତି ତାମିଲ ପ୍ରଶାସନିକ ଅଫିସର । ଭର୍ତୃହରି ବାବୁ ନବୀନ ଏବଂ ପାଣ୍ଡିଆନଙ୍କ ଦିଲ୍ଲୀ ଏଜେଂଟ ସାଜି କାର୍ଯ୍ୟ କରୁଛନ୍ତି । ନବୀନ ବାବୁ ହାରିବା ଭୟରେ ଭୋକ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ ।

error: Thank You Keep Visiting