ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ଗୁରୁଦାୟୀତ୍ୱ

Straight to the Point

ଭୁୁବନେଶ୍ୱର,(ଓଡିଶା ଜର୍ଣ୍ଣାଲ): ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ଗୁରୁଦାୟୀତ୍ୱ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପସଭାପତି ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତ କରିଛନ୍ତି । ବହୁ ବର୍ଷର ସଂସଦୀୟ ଅନୁଭବ ଏବଂ ଅଭିଜ୍ଞତା ଆଧାରରେ ଶ୍ରୀ ପଣ୍ଡାଙ୍କୁ ଏହି ଗୁରୁ ଦାୟୀତ୍ୱ ମିଳିଛି ।
ଶ୍ରୀ ପଣ୍ଡାଙ୍କର ଅଭିଜ୍ଞତାକୁ ଦେଖି ଏଭଳି ଦାୟୀତ୍ୱ ଦିଆଯାଇଛି । କେନ୍ଦ୍ରୀୟ ଫୋକସରେ ଓଡିଶା ରହିଛି । ସେହିପରି ରାଜ୍ୟରେ ବିଜେପିର ମିଶନ ୧୨୦+ ସଫଳ କରାଇବା ଲକ୍ଷ୍ୟ ନେଇ ପଣ୍ଡାଙ୍କୁ ଏହି ଦାୟୀତ୍ୱ ମିଳିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶାକୁ ପ୍ରାଧାନ୍ୟ ଦେବାର ଏହା ଏକ ନିଦର୍ଶନ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

error: Thank You Keep Visiting