ବିଧାୟିକାଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ : ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅଣଦେଖା

Straight to the Point

ତିର୍ତ୍ତୋଲ,(ଓଡିଶା ଜର୍ଣ୍ଣାଲ): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଭନ୍ନ ପଞ୍ଚାୟତରେ ଆଜି ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ମାରାଥାନ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି ସରପଞ୍ଚ, ସମିତସଭ୍ୟ ପ୍ରଭୃତିଙ୍କୁ ଅଣଦେଖା କରାଯାଇଥିବା ନେଇ ଅଭିଯୋଗ ୁଠିଛି । ଆଜି ତୁଳଙ୍ଗ ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବୋଲେରୋ – କଟରା ରାସ୍ତାର ଉନ୍ନତିକରଣ, ଗୋବିନ୍ଦପୁର ପଞ୍ଚାୟତ ୧୨ ନଂ ଇ କେନାଲ ଶନିମନ୍ଦିର ଠାରୁ ହମିରପୁର ରାସ୍ତାର ଉନ୍ନତି କରଣ, ତେନ୍ତୁଲିପଦା ପଞ୍ଚାୟତ ଅନ୍ତର୍ଗତ ଏହି ଅଞ୍ଚଳର ଅନ୍ୟତମ ଅଧିଷ୍ଠାତ୍ରୀ ଦେବୀ ମା ବିଲ ଶାରଳା ମୁଖ୍ୟ ଫାଟକ ତୋରଣ, ତରଜଙ୍ଗା ପଞ୍ଚାୟତ କୋଟକଣା – କାବଲପୁର ଭାୟା ପୂବପଡ଼ା ରାସ୍ତାର ଉନ୍ନତିକରଣ ନିମନ୍ତେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିଧାୟିକା ଡ଼. ମଲ୍ଲିକଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ପ୍ରବୀର କୁମାର ରାୟ, ତୁଳଙ୍ଗ ସରପଞ୍ଚ ରଞ୍ଜିତା ସ୍ୱାଇଁ, ସମିତିସଭ୍ୟା ମମତା ନାୟକ, ଗୋବିନ୍ଦପୁର ସରପଞ୍ଚ ରମେଶ ଚନ୍ଦ୍ର କୁଅଁର, ଚାଷୀ ଦେବଦତ୍ତ ମହାନ୍ତି, ତେନ୍ତୁଲିପଦା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମିପ୍ରିୟା ବେହେରା, ବିଜେଡ଼ି ଯୁବ ସଂଗଠକ ତପନ କୁମାର ମହାନ୍ତି, ନିର୍ବାଚନମଣ୍ଡଳୀ ଯୁବସଭାପତି ସୁବ୍ରତ କୁମାର ଦାଶ, ପଟିଲୋ ସରପଞ୍ଚ ଚିତ୍ତରଞ୍ଜନ ରଥ, ପଞ୍ଚାୟତ ସଭାପତି ସୁଦର୍ଶନ ପଣ୍ଡା, ବିରଜା ପ୍ରସନ୍ନ ପରିଜା, ଇଂ ଆଶୁତୋଷ ମଲ୍ଲିକ, ମହମ୍ମଦ ମାଜୁଦ ଅଲ୍ଲି, ଭବେଶ ଚୌଧୁରୀ, ତରଜଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ର‘ୁଲ କୁମାର ମହାନ୍ତି, ରଞ୍ଜିତ କୁମାର ପରିଜା, ଜିବନଜ୍ୟୋତି ପରିଜା, ଶାରଦା ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଶିଳାନ୍ୟାସ କରିଥିଲେ ।

ଅନ୍ୟମାନଙ୍କ ମ୍ମରେ ଆଶିଷ ସ୍ୱାଇଁ, ରବିନ୍ଦ୍ର ରାଉଳ, ବିଜୁ ଯୁବବାହିନୀର ସଭାପତି ବିମଳ ଗୋଛାୟତ, ବାବାଜି ଚରଣ ରାଉତ, ଶୁସାନ୍ତ କୁମାର ସ୍ୱାଇଁ, ପ୍ରମୋଦ କୁମାର ସାହୁ, ଅମିତ ଜେନା, ପ୍ରଶନ୍ନ ଶେଣ, ରାକେଶ ସ୍ୱାଇଁ, ବାପୁନି ଲେଙ୍କା, ସ୍ମୃତିରଞ୍ଜନ ଗୁରୁ, ନରେନ୍ଦ୍ର ମହାନ୍ତି, ନିହାର ରଞ୍ଜନ ମହାପାତ୍ର, ଶୁସାନ୍ତ ପଣ୍ଡା, ୱାର୍ଡ଼ସଭ୍ୟ ପ୍ରଶାନ୍ତ ଶଗଡ଼ିଆ, ଅକ୍ଷୟ ସ୍ୱାଇଁ, ହିଂମାଶୁ ଶେଖର ସ୍ୱାଇଁଙ୍କ ସମେତ ଶତାଧିକ ବିଜଡ଼ି କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ତରଜଙ୍ଗା ପଞ୍ଚାୟତର ସରପଞ୍ଚ ବସନ୍ତ କୁମାର ସେଠୀ ଓ ସମିତିସଭ୍ୟ ମନ୍ଦାକିନୀ ପଣ୍ଡା କଂଗ୍ରେସ ସମର୍ଥିôତ ଜନପ୍ରତିନିଧି ହୋଇଥିବାରୁ ସେହି ପଞ୍ଚାୟତରେ ମରାଯାଇଥିବା ଫଳକରେ ତାଙ୍କ ନାମ ଉଲ୍ଲେଖ କରାଯାଇନଥିବାବେଳେ ଏଭଳି ଜନହିତକର ଯୋଜନା ଗୁଡ଼ିକ ରେ ତାଙ୍କୁ ଅଣଦେଖା କରାଯାଉଥିବା ଦେଖିବାକୁ ମିଳିଛି । ଏମିତିକି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଏହି ଜନପ୍ରତିନିଧିମାନଙ୍କୁ ଆଦୌ ଅବଗତ କରାଯାଉନାହିଁବୋଲି ସ୍ଥାନୀୟ ଜନପ୍ରତିନିଧିମାନେ ଅଭିଯୋଗ କରିଛନ୍ତି ।

ବିଭିନ୍ନ ପଞ୍ଚାୟତରେ ମରାଯାଇଥିବା ଫଳକରେ ଜଗତସିଂହପୁର ସାଂସଦ ଡ଼. କୁଳମଣି ସାମଲଙ୍କ ନାମ ମୁଖ୍ୟଅତିଥିଭାବେ ଥିବାବେଳେ ଏହି ଶିଳାନ୍ୟାସ ଉତ୍ସବରେ ଡ଼. ସାମଲ ଯୋଗଦେଇନଥିବା ଦେଖିବାକୁ ମଳିଥିଲା । ସେହିପରି ମୁଳିସିଂହ ପଞ୍ଚାୟତରେ ୩ ନଂ ଜୋନର କଂଗ୍ରେସ ସଭାପତି ରଶ୍ମି ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ କନକପୁର ନିକଟରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବିଧାୟିକା ଡ଼. ମଲ୍ଲିକଙ୍କୁ ମୁଳିସିଂହ ହାଟବଜାରରେ ଲଗାଯାଇଥିବା ଫଳକ ନିକଟକୁ ପାଛୋଟି ଆଣଇଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ନରୁଆ ମୁଳିସିଂ ରାସ୍ତାର ସାମୁହିକ ରକ୍ଷଣବେକ୍ଷଣ ଅନୁଦାନରେ ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ କରିଥିଲେ । କାର୍ଯ୍ୟକ୍ରମରେ ସଫି ଆଜମ, ଶରତ ମହାନ୍ତି, ଶରତ ମଲ୍ଲ, ଜବିର ଉଦ୍ଦିନ୍, ମନୋରଞ୍ଜନ ବେହେରା, ଜାବିର ହୁସେନ, ଶେଖର ମଲ୍ଲିକ, ଟିଟିନା ପାଲ, ପରିଶୋଧ ନାୟକ, ସୌଳେନ୍ଦ୍ର ମଲ୍ଲ, ବିଜୟ ମହାନ୍ତିଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଯୋଗଦେଇଥିଲେ ।

error: Thank You Keep Visiting