ଜଗତସିଂହପୁର ଲୋକସଭା ଆସନ ମହିଳା ଆଶାୟୀ ପ୍ରାର୍ଥିନୀଙ୍କ ସଂଖ୍ୟା ବୃଦ୍ଧି:ଚର୍ଚ୍ଚାରେ ସସ୍ମିତା ଦାସ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଓଡିଶାର ମୁଖ୍ୟମନ୍ତ୍ରୀ ୩୩ଭାଗ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ । ସେହି ଅନୁସାରେ ଜଗତସିଂହପୁର ସଂରକ୍ଷୀତ ଲୋକସଭା ଆସନଟି ମହିଳାଙ୍କ ପାଇଁ ସଂରକ୍ଷୀତ ରହିବା ଆଶଙ୍କା ଯୋର ଧରିଛି । ଏଭଳି ସ୍ଥିତିରେ ବିଜେଡି ସଂଗଠନ ପକ୍ଷରୁ ୩ଜଣ ମହିଳା ପ୍ରାର୍ôଥଙ୍କ ନାମ ଉଠୁଥିବା ସମୟରେ କଂଗ୍ରେସ ଓ ବିଜେପି ସଂଗଠନରେ ମହିଳା ପ୍ରାର୍ôଥଙ୍କ ଅଭାବ ଦେଖାଦେଇଛି । ତେବେ ବିଜେଡି ସଂଗଠନ ପକ୍ଷରୁ ମହିଳା ସଂରକ୍ଷୀତ ଆସନର ସୁଯୋଗ ନେବା ପାଇଁ ଏରସମା କିମିଲୋ ଅଞ୍ଚଳରେ ସାହିତ୍ୟିକା,ସମାଜସେବୀ ତଥା ଦଳିତ ସଂଗଠନର ନେତ୍ରୀ ସସ୍ମୀତା ଦାସ ଜନସାଧାରଣଙ୍କ ସେବାକରି ବେଶ ଚର୍ଚ୍ଚାରେ ଅଛନ୍ତି ।

ସସ୍ମିତା ଜଗତସିଂହପୁର ଲୋକସଭା ଆସନ ଅଧିନରେ ଥିବା ୭ଟି ବିଧାନସଭା କ୍ଷେତ୍ରରେ ସଂଗଠନ ଆରମ୍ଭ କରି ଜଗତସିଂହପୁର ଲୋକସଭା ପ୍ରାର୍ôଥ ହେବାପାଇଁ ସଂଗଠନ ଆରମ୍ଭ କରିଛନ୍ତି । ସସ୍ମିତା ନିଜର ଦକ୍ଷତା ବଳରେ ଜନସାଧାରଣଙ୍କ ନିକଟତର ହୋଇ ସଂସଦୀୟକ୍ଷେତ୍ର ଟିକେଟ ହାତେଇବା ଆଶାରେ ଥିବା ମଧ୍ୟ ବେଶ ଜନସାଧାରଣରେ ଚର୍ଚ୍ଚା ହେଉଛି । ତିର୍ତ୍ତୋଲ ବିଧାୟୀକା ଡଃ ରାଜଶ୍ରୀ ମଲ୍ଲିକଙ୍କ ନାମ ଚର୍ଚ୍ଚାକୁ ଆସିଛି । ତିର୍ତ୍ତୋଲ ବିଧାନସଭା କ୍ଷେତ୍ରରେ ଡଃ ରାଜଶ୍ରୀ ମଲ୍ଲିକଙ୍କୁ ବିଜେଡିର ଗୋଟିଏ ଗୋଷ୍ଠି ବିରୋଧ କରୁଥିବାରୁ ତାଙ୍କୁ ବିଧାୟକ ଟିକେଟ ନମିଳି ଲୋକସଭା ପ୍ରାର୍ôଥ କରାଯିବାର ସମ୍ଭାବନା ବଢି·ଲିଛି । ରାଜଶ୍ରୀଙ୍କୁ ବାଦ ଦେଲେ ପୂର୍ବତନ ପୌରାଧ୍ୟକ୍ଷା ମିନତୀ ଦାସଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି । ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ଭଉଣୀ ହିସାବରେ ମିନତୀଙ୍କ ନାମ କୁ ନେଇ ଅଙ୍କକଷା ·ଲିଛି । ମାତ୍ର ଦଳ ପକ୍ଷରୁ କିଛି ସୂଚନା ମିଳିପାରିନାହିଁ ।

error: Thank You Keep Visiting