ବିଜେପି ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ କଲେ ଧର୍ମେନ୍ଦ୍ର

Straight to the Point

ରାଜକିଶୋରନଗର,(ଓଡ଼ିଶା ଜର୍ଣ୍ଣାଲ): ଆଠମଲ୍ଲିକ ବିଧାନସଭା କ୍ଷେତ୍ର ଅନ୍ତର୍ଗତ କିଶୋରନଗର ବ୍ଲକର ବାମୁର ଧବଳଲେଶ୍ୱର ପୀଠରୁ ଗତ ରବିବାର ବିଜେପି ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ କରିଛି । ଆଠମଲ୍ଲିକ ଅଧିଷ୍ଠାତ୍ରୀ ମା’ ମାହେଶ୍ୱରୀ ଏବଂ ବାବା ଧବଳେଶ୍ୱରଙ୍କୁ ପୂଜାର୍ଚ୍ଚନା କରିବା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଜେପି ବିଜୟ ସଂକଳ୍ପ ଯାତ୍ରାର ସଂଯୋଜକ ଅଜିତ୍ କୁମାର ପ୍ରଧାନ ଓ ଜିଲ୍ଲା ସଂପାକଦକ ଚିତ୍ତ ମେହେରଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା ।

ମୋଦୀ ସରକାର ଯାହା କହେ ତାହା କରେ । ଅସମ୍ଭବକୁ ସମ୍ଭବ କରିବାର ନାଁ ମୋଦୀ । ଭାରତର ମାନ ମର୍ଯ୍ୟାଦାକୁ ବଢାଇବା ସହିତ ଦେଶକୁ କୁଶାସନରୁ ମୁକ୍ତ କରି ସୁଶାସନ ଦେଇଛନ୍ତି । ପାକିସ୍ଥାନ ସହିତ ଲଢିବାକୁ ହେଲେ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।

ରାଜ୍ୟ ସରକାର ଚାଷୀଙ୍କୁ ଠକୁଥିବା ଅଭିଯୋଗ କରିଥିବା ବେଳେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଭୟରେ ଆୟଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରୁ ନଥିବା ଓ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନନିଧି ଯୋଜନାକୁ ସଠିକ ଭାବରେ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ କରିଥିଲେ । ଏଣୁ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଗାଁ ଗାଁରେ ଛୋଟ ଛୋଟ ସଭାପରି ନରେନ୍ଦ୍ର ମୋଦୀଙ୍କର ଜନହିତକର କାର୍ଯ୍ୟକ୍ରମକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ସେ ଦେଇଥିଲେ । ଟିକଟ ପାଇଁ ଭୁବନେଶ୍ୱର ନ ଦୌଡି ଗାଁ ଲୋକ ମାନଙ୍କ ପାଖକୁ ଯୋଜନା ପହଞ୍ଚାନ୍ତୁ ବୋଲି ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଭାଗିରଥି ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ପ୍ରାରମ୍ଭରେ ଜିଲ୍ଲା ପରିଷଦ ସଭ୍ୟା ଜୟନ୍ତୀ ପ୍ରଧାନ, ସରପଞ୍ଚ ସୟଂମ୍ବର ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ଅଲେଖ କୁମାର ପ୍ରଧାନ କେନ୍ଦ୍ର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ରବିବାର ପୂର୍ବାହ୍ନ ସାଢେ ୧୧ ଟା ବେଳେ ହେଲିକାପ୍ଟର ଯୋଗେ ବାମୁର ଶିବ ମନ୍ଦିର ଅନିତି ଦୂରରେ ଥିବା ପଡିଆରେ ଅବତରଣ କରିଥିଲେ । ହେଲିପ୍ୟାଡ୍ଠାରୁ କାର୍ ଯୋଗେ ବାମୁର ଡାକବଙ୍ଗଳା ସ୍ଥ୍ିତ ମହାତ୍ମାଗନ୍ଧିଙ୍କର ସ୍ମୃତିସ୍ଥଳକୁ ଯାଇ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

error: Thank You Keep Visiting