କଂଗ୍ରେସ ନେତାଙ୍କ ଚାଦରଚଢା ରାଜନୀତି ; ଟାର୍ଗେଟରେ ସଂଖ୍ୟାଲଘୁ ଭୋଟ

Straight to the Point

ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ): ଭଦ୍ରକ ଜିଲାରେ ସଂଖ୍ୟାଲଘୁ ଭୋଟ୍ ହାତେଇବା ଲାଗି କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଚାଦରଚଢା ରାଜନୀତି । ରବିବାର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଦିନିକିଆ ଜିଲା ଗସ୍ତକ୍ରମରେ ଏହି କଥା ପ୍ରମାଣିତ ହୋଇଛି । ସକାଳେ ଶ୍ରୀ ପଟ୍ଟନାୟକ ଭଦ୍ରକରେ ପହଞ୍ôଚବା ପରେ ତାଙ୍କୁ ସହରର ପ୍ରବେଶ ପଥ ଆରଡିଛକ ନିକଟରେ ଜିଲା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଏକ ବାଇକ୍ ଶୋଭାଯାତ୍ରାରେ ସହର ପରିକ୍ରମା କରାଇ ଭଦ୍ରକ ବାଇପାସ୍ ସ୍ଥିତ ସରକାର ନଗରକୁ ନେଇଥିଲେ ।

ସେଠାରେ ପିସିସି ସଭାପତି ବାବାଙ୍କ ସମାଧିରେ ଚାଦର ଚଢାଇ ବାବାଙ୍କ ସଂଗ୍ରହାଳୟ ବୁଲି ଦେଖିଥିଲେ । ସରକାର ନଗରରୁ ସଭାପତି ବାସୁଦେବପୁର ଉଦ୍ଦେଶ୍ୟରେ ଯାଇଥିଲେ । ତେବେ ପିସିସି ସଭାପତିଙ୍କ ଗସ୍ତ କେବଳ ବାସୁଦେବପୁର ଏବଂ ଧାମନଗର ନିର୍ବାଚନ ମଣ୍ଡଳୀର ଅସୁରାଳି ପାଇଁ ଉଦ୍ଦିଷ୍ଟ ଥିବାବେଳେ ଭଦ୍ରକରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଏବଂ ସରକାର ବାବାଙ୍କ ଖାନକାହ କୁ ନିଆଯାଇ ସେଠାରେ ବାବାଙ୍କ ସମାଧି ପୀଠରେ ଚାଦର ଚଢାଇବା କାର୍ଯ୍ୟକ୍ରମ ଯୋଡି ଦିଆଯାଇଥିଲା । ଭଦ୍ରକ ସହର ବିଶେଷକରି ଭଦ୍ରକ ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁ ଭୋଟ ହାତେଇବା ଲାଗି କଂଗ୍ରେସ ପକ୍ଷରୁ ଏହି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଥିବା କୁହାଯାଉଛି ।

କାରଣ ଇତିମଧ୍ୟରେ ଶାସକ ବିଜେଡି ପକ୍ଷରୁ ଭଦ୍ରକର ସଂଖ୍ୟାଲଘୁ ଅଧ୍ୟୁଷିତ ପୁରୁଣାବଜାର ଅଂଚଳରେ ଏକାଧିକ ସଭା ଏବଂ ସମାବେଶ କରାଯାଇଥିଲେ ମଧ୍ୟ କଂଗ୍ରେସ ପକ୍ଷରୁ ସେହି ଧରଣର ସମାବେଶ କରାଯାଇନଥିଲା । ତେଣୁ ଗୋଟିଏ ଗୁଳିରେ ଦୁଇଟି ଶୀକାର କରିବା ଲକ୍ଷ୍ୟରେ ପିସିସି ସଭାପତିଙ୍କୁ ସରକାର ନଗର ନିଆଯାଇ ସରକାର ବାବାଙ୍କ ସମାଧୀରେ ଚାଦର ଚଢା କରାଯାଇଥିବା କୁହାଯାଉଛି । ପିସିସି ସଭାପତିଙ୍କୁ ଖାନକାହ ଠାରେ କେବଳ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ନୁହଁନ୍ତି, ପରନ୍ତୁ ଖାନକାହର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଭବ୍ୟ ସ୍ୱାଗତ କରି ଖାନକାହ ପରସ୍ପରକୁ ପାଛୋଟି ନେଇଥିଳେ ।

ଖାନକାହ ଠାରେ ପିସିସି ସଭାପତିଙ୍କୁ ଦଳର ବରିଷ୍ଠ ନେତା ଅନନ୍ତ ସେଠୀ, ଟାଉନ୍ କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାଁ, ଉପସଭାପତି ଦିଲ୍ଲୀପ ନାୟକ, ମିନାକ୍ଷୀ ରାଉତ, ଅମୀୟ ମହାପାତ୍ର, ସତ୍ୟାନନ୍ଦ ରାଉତ ପ୍ରମୁଖ ସ୍ୱାଗତ ଜଣାଇଥିଲେ । ସେହିଭଳି ଆରଡି ଛକ ନିକଟରେ ପିସିସି ସଭାପତିଙ୍କୁ ପୂର୍ବତନ ବିଧାୟକ ନରେନ ପଲାଇ, ଯୁବନେତା ସୁବ୍ରତ ଦାସ, ପଂଚାନନ ମଣ୍ଡଳ, ପୂର୍ବତନ ସାଂସଦ ଇଂ ମୁରଲୀ ଜେନା, ପିସିସି ସଂପାଦକ ଗୋଲାମ୍ ମଇଉଦ୍ଦିନ୍, ବ୍ଲକ୍ କଂଗ୍ରେସ ସଭାପତି ପ୍ରଫୁଲ୍ଲ ସାମଲ, ଅସରଫ ଅଲ୍ଲୀ, ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ (ଚିଲିକା), ସଂଖ୍ୟାଲଘୁ ସେଲ୍ର ସେଖ୍ ସମଦାନୀ, ସେକ୍ ନଇମ, ସେକ୍ ବୁଗଦାଦ, ସେକ୍ ଟିକି ପ୍ରମୁଖ ବହୁ ଦଳୀୟ ନେତା ପିସିସି ସଭାପତିଙ୍କୁ ସ୍ୱାଗତ ଜଣାଇଥିଲେ ।

error: Thank You Keep Visiting