ବିଜେପିକୁ ବାଏ ବାଏ ସୁଷମା

Straight to the Point

ବାଲେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ବିଗତ ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟିର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ହିସାବରେ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ହିତରେ କାର୍ଯ୍ୟ କରିଆସୁଥିବା ସୁଷମାରାଣୀ ବିଶ୍ୱାଳ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ପ୍ରଦାନ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତରଫରୁ ନୀଳଗିରି ନିର୍ବାଚନ ମଣ୍ଡଳୀରେ ଲଢି ପରାଜୟବରଣ କରିଥିଲେ । କିନ୍ତୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାଙ୍କ ମନମୁଖୀ ଓ ସ୍ୱେଚ୍ଛାଚାରୀ କାର୍ଯ୍ୟରେ ଅତିଷ୍ଠ ହୋଇ ବିଜେପିକୁ ଛାଡିଥିବାର ସୁଷମାରାଣୀ କହିଛନ୍ତି । ସେ ବିଜେପି ରାଜ୍ୟ ମହିଳାମୋର୍ଚ୍ଚା ଉପସଭାପତି, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟା ଓ ଦଳର ପ୍ରାଥମିକ ସଦସ୍ୟା ପଦରୁ ଇସ୍ତଫା ଦେଇଛନ୍ତି ।

error: Thank You Keep Visiting