ଜିଲ୍ଲା ବିଜେଡିରେ କାହାକୁ ମିଳିବ ଟିକେଟ ?
ଜଗତସିଂହପୁର (ଓଡ଼ିଶା ଜର୍ଣ୍ଣାଲ) : ୨୦୧୯ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟର କିଏ କୋଉଠୁ ଟିକେଟ ପାଇବ ତାକୁନେଇ ଚର୍ଚା ଜୋର ଧରିଥିବାବେଳେ ଜିଲ୍ଲାରେ ୪ ଗୋଟି ନିର୍ବାଚନମଣ୍ଡଳୀ ହୋଇଥିବାରୁ ପ୍ରାର୍ଥି ତାଲିକା ପ୍ରାୟ ଶେଷ ପର୍ଯ୍ୟାୟରେ ପହଚିଛି । ଏହା ଭିତରେ ଜଗତସିଂହପୁର ଜିଲ୍ଲା ରାଜନିତୀ ରାଜ୍ୟରେ ଅନ୍ୟତମ । ବିଭିନ୍ନ ସମୟରେ ଦଳିୟ ନେତା ତାଙ୍କ ତାଙ୍କ ଭିତରେ ବୟାନ ବାଜି କରୁଥିବାରୁ ତାଙ୍କୁ ନେଇ ଏବେ ଜିଲ୍ଲା ରାଜନିତୀ ସରଗରମ ରହିଛ ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମନ୍ଡଳୀରେ ବିଜେଡି ଟିକେଟ କାହା ମଥାରେ ଲାଗିବ ତାକୁନେଇ ଜିଲ୍ଲା ରାଜନିତୀ ସରଗରମ ରହିଛି । ବର୍ତମାନ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ମିଳିବ ନା ନୁଆ ମୁଁହକୁ ପ୍ରାଧାନ୍ୟ ଦିଆଜିବ ତାକୁ ନେଇ ଚର୍ଚା ଲାଗିରହିଛି । ବିଭିନ୍ନ ସମୟରେ ବିଧାୟକ ପ୍ରଶାନ୍ତ ମୁଦୁଲି
ତାଙ୍କ ନିର୍ବାଚନ ମନ୍ଡଳିରେ ଜନ ଆକ୍ରୋଶର ସିକାର ଏବଂ ଭେଟେରାନ୍ ନେତା ଦାମୋଦର ରାଉତ ଓ ଉମେଶ ସ୍ୱାଇଁ ଙ୍କ ଚାଲେଞ ତାଙ୍କ ରାଜନିତୀ କ୍ୟାରିଅରକୁ ଅଡୁଆରେ ପକାଇପାରେ ବୋଲି ଆକଳନ କରାଯାଉଛି । ସେ ଦୃଷ୍ଟିରୁ ନବୀନ ସାଶନରେ ଟିକେଟ ପାଇବାର ଆସା କିଛି ମାତ୍ରାରେ କ୍ଷଣହୋଇଛି । ତେବେ ଇତିମଧ୍ୟରେ ନବିନଙ୍କ ୩୦% ମହିଳା କାଡ ଉପରେ ସମସ୍ତଙ୍କ ନଜର ରହୁଛି ଏହି ନିର୍ବାଚନରେ ।
ଏହାକୁ ଦୃଷ୍ଟିରେ ରଖି ଓଡିଶା ବିଜେଡି କୋର୍ କମିଟିରେ ଥିବା ରାଜ୍ୟ ବିଜୁ ଯୁବ ଜନତା ଦଳର ଉପ ସଭାନେତ୍ରି ମନ୍ଦାକିନୀ କରଙ୍କ ନାମ ଟିକେଟ ଲବିରେ ଥିବାବେଳେ ବରିଷ୍ଟନେତା ଉମେଶ ସ୍ୱାଇଁ ଏହି ସିଟ୍ ପାଇଁ ଲବିରେ ଅଛନ୍ତି କିନ୍ତୁ ବାଲିକୁଦା ଜନସାଧାରଣ ଏକ ନୁଆମୁହଁ ଦେଖିବା ପାଇଁ ଆଗ୍ରହରେ ଥିବା ସୋସିଆଲ ମିଡିଆ ସଭେ ରିପୋଟ୍ ରୁ ଜଣାପଡିଛି । ଜଦି ଏହି ରିପୋଟ ଆଧାରରେ ଦେଖାଯାଏ ତାହାଲେ ନାରିନେତ୍ରି ଟିକେଟ ଏକ ପ୍ରକାର ନିଶ୍ଚିତ ବୋଲି ରାଜନିତୀ ସମିକ୍ଷମାନେ ମତ ପ୍ରକାଶ କାରିଛନ୍ତି ।
ସେହିପରି ଜଗତସିଂହପୁର ପାଇଁ ଅମରେନ୍ଦ୍ର ଦାସ ପାରାଦୀପ ପାଇଁ ସମ୍ବିତ ରାଉତରାୟ କିମ୍ବା କୁଳମଣି ସାମଲ, ତିର୍ତୋଲ ପାଇଁ ଜିଲ୍ଲା ସଭାପତି ଶ୍ରୀ ଦାସ ନାମ ରହିଥିବା ବେଳେ ନାରିନେତ୍ରୀ ମିନତି ବେହେରା ନାମ ଜିଲ୍ଲା ସାସଂଦ ପାଇଁ ଆଗରେ ରହିଛି ବୋଲି ବିସେଷ ସୁତ୍ରରୁ ପ୍ରକାସ ।