ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ସରୋଜ ପାଢୀ ଏବଂ ପୂର୍ବତନ ମହିଳା କମିଶନ ସଦସ୍ୟା ତିଳୋତମା ନାୟକ
ଭୁୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆସ୍କା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସରୋଜ ପାଢୀ ବିଜେଡି ଛାଡି ଆଜି ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ଦଳ ପ୍ରତି ଅତିଷ୍ଠ ହୋଇ ଏବଂ ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ବିଜେପିରେ ମିଶିଥିବା କର୍ମୀମାନେ କହିଛନ୍ତି । ରାଜ୍ୟର ବିକାଶ ବିଜେପି ସରକାର କରିପାରିବ । ଏଥି ସହ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ନୂତନ ଭାବେ ଯୋଗଦାନ କରିଥିବା ଶ୍ରୀ ପାଢୀ କହିଛନ୍ତି ।
ବିଜୁ ଜନତା ଦଳର ମହିଳା ନେତ୍ରୀ ତଥା ପୂର୍ବତନ ମହିଳା କମିଶନ ସଦସ୍ୟା ଏବଂ କଳାହାଣ୍ଡିର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତି ତିଳୋତମା ନାୟକ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ଭ୍ରଷ୍ଟାଚାର ଓ ଦୁର୍ନିତୀରେ ବୁଡି ରହିଥିବା ଶାସକ ବିଜେଡିରେ ମହିଳାମାନଙ୍କ ପ୍ରତି ସମ୍ମାନ ନାହିଁ । ଏଭଳି ମହିଳା ବିରୋଧୀ ସରକାର ରାଜ୍ୟରେ ତୁରନ୍ତ ବଦଳିବା ଆବଶ୍ୟକ ବୋଲି ମିଶ୍ରଣ ପର୍ବ ଅବସରରେ ଶ୍ରୀମତି ନାୟକ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ସମସ୍ତଙ୍କୁ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ଶ୍ରୀମତି ସୁରମା ପାଢୀ ଏବଂ ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।