ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବୈାଦ୍ଧ ଜିଲ୍ଲାର ବହୁ ବିଜେଡି ନେତା ଏବଂ କର୍ମୀ

Straight to the Point

ଭୁୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ସଂପାଦକ ଶ୍ରୀ ସୁରେଶ ପୁଜାରୀଙ୍କ ଉପସ୍ଥିତିରେ ବୈାଦ୍ଧ ଜିଲ୍ଲାର ବହୁ ବିଜେଡି ନେତା ଏବଂ କର୍ମୀ ବିଜେଡି ଛାଡି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ବୋଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଯୁବ ବିଜେଡି ସଭାପତି ଗରୁଡ ପ୍ରଧାନ, ରାମଚନ୍ଦ୍ର ସାହୁ, ପିତାମ୍ବର ଗ୍ରାମ ପଂଚାୟତର ସମିତି ସଭ୍ୟ କୁମୁଦିନି ସେଠୀ, ପ୍ରବୀର ମାହାର, ସୁବାଷ ଭୋଇ, ନିଗମାନନ୍ଦ ପ୍ରଧାନ, ନିରାକାର ମହାକୁଡ, ୱାର୍ଡ ମେମ୍ବର କଇଁଫୁଲିଆ ଜେନା, ଅଶୋକ ସେଠୀ, ତାଳଗାଁ ପଂଚାୟତର ପୂର୍ବତନ ସରପଂଚ ରମାକାନ୍ତ ବଗର୍ତୀ, ପୂର୍ବତନ ପଂଚାୟତ ସମିତ ସଭ୍ୟ କୁନା ବେହେରା, ମହାଲିକପଡା ଗ୍ରାମ ପଂଚାୟତର ପ୍ରସନ୍ନ ପ୍ରଧାନ, ଅମର ପ୍ରଧାନ, ବାଣୀଭୂଷଣପୁର ଗ୍ରାମ ପଂଚାୟତର ମଧୁସୁଦନ ବେହେରା, ହରିହର ସିଂହ, ରାଧାନଗର ଗ୍ରାମ ପଂଚାୟତର ଉପେନ୍ଦ୍ର ପାଣିଗ୍ରାହୀ, ପ୍ରଦୀପ ବେହେରା, ଆଦେନିଗଡ ଗ୍ରାମ ପଂଚାୟତର ଅଭିମନ୍ୟୁ ସାହୁ, ବୈ÷ାଦ୍ଧ ବ୍ଲକର ତ୍ରିପୁରାରୂ ବେହେରା,ଛତ୍ରଙ୍ଗା ଗ୍ରାମ ପଂଚାୟତର ଅଭିମନ୍ୟୁ ରାଉତ, ରବିନ୍ଦ୍ର ସାହୁ, କରଂଜକଂଟା ଗ୍ରାମ ପଂଚାୟତର ଅକ୍ଷୟ କୁମାର ସାହୁ, ସୁଦାମ ଭୋକ୍ତା, ପ୍ରତାପ ନାଏକ, ବ୍ରଜବନ୍ଧୁ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ରାମଗଡ ଗ୍ରାମ ପଂଚାୟତର ପ୍ରଦୀପ କୁମାର ସେଠୀ, ଲକ୍ଷ୍ମଣ ସେଠୀ, ପୁରୁଣା କଟକ ଗ୍ରାମପଂଚାୟତର ସୀତାରମ ଅଗ୍ରୱାଲ, ଭବାନୀବଳ କହଁର, ରବିଚନ୍ଦ୍ର ପ୍ରଦାନ, ପ୍ରତିଭା ସାହୁ ପ୍ରମୁଖ ଆଜି ନିଜ ନିଜ ସମର୍ଥକଙ୍କ ସହ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ପଣ୍ଡା ଏବଂ ରାଷ୍ଟ୍ରୀୟ ସଂପାଦକ ଶ୍ରୀ ପୁଜାରୀ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି ।

ବିଜେଡି ଶାସନରେ ବୈାଦ୍ଧ ଜିଲ୍ଲାର ବିକାଶ ଏବଂ ପ୍ରଗତି ଅସମ୍ଭବ ବୋଲି କହିବା ସହ ଶାସକ ବିଜେଡି ଦଳର କୁଶାସନ ପ୍ରତି ଅତିଷ୍ଠ ହୋଇ ଏବଂ ମୋଦୀଙ୍କ ସ୍ୱଚ୍ଛ ଶାସନ ଓ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ବିଜେପିରେ ମିଶିଥିବା ନେତୃବୃନ୍ଦମାନେ କହିଛନ୍ତି । ଏଥି ସହ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିବା ସହ ବିଜେଡି ଦଳର ନେତାମାନେ ଦୁର୍ନୀତି ଓ ଭ୍ରଷ୍ଟାଚାର ଲିପ୍ତ ବୋଲି ଅଭିଯୋଗ କରିଛନ୍ତି ।
ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୁଗଳ ସାହୁ, ସୁଶାନ୍ତ ପ୍ରଧାନ, ସୁକାନ୍ତ ପାଣିଗ୍ରାହୀ, ସବିତା ନନ୍ଦ, ଜିଲ୍ଲା ସଭାପତି ସୈାମିତ୍ରି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting