ରୋଡ ଶୋ ମାଧ୍ୟମରେ ବିଜେଡି ଆଶାୟୀ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ
ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ସାଧାରଣ ୨୦୧୯ନିର୍ବାଚନ ଯେତିକି ପାଖେଇ ଆସୁଛି ଜଗତସିଂହପୁର ବିଜେଡି ଦଳର ଆଶାୟୀ ପ୍ରାର୍ଥୀଙ୍କ ଶକ୍ତ ପ୍ରଦର୍ଶନ ବଢି·ଲିଛି । ଆଜି ସଦରମହକୁମାର ପୁନଙ୍ଗ ଛକ ଠାରୁ ବିଜେଡି ଆଶାୟୀ ବିଧାନସଭା ପ୍ରାର୍ôଥ ପରିବେଶବିତ୍ ଇଂ ସତ୍ୟବାଦୀ ମିଶ୍ର ଏକ ରୋଡ ଶୋ ମାଧ୍ୟମରେଜିଲ୍ଲା ସଦର ମହକୁମାରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଆଳିପିଙ୍ଗଳ ବାଲିଘାଇ ରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ ।ଏହି ରୋଡ ଶୋ ରାଲିରେ ଏକ ହଜାରରୁ ଉଦ୍ଧ୍ୱର୍ ପୁରୁଷ ବାଇକ୍ ·ରିଚକିଆ ଯାନରେ ରାଲିରେ ଭାଗନେଇଥିଲେ ।
ଏହି ଶକ୍ତି ପ୍ରଦର୍ଶନ ରାଲିରେ କର୍ମୀ ମାନେ ଇଂ.ସତ୍ୟବାଦୀ ମିଶ୍ର ଜିନ୍ଦାବାଦ ଧ୍ୱନିରେ ପ୍ରକମ୍ପିତ କରିଥିଲେ । ରାଲି ସଂପର୍କରେ ଇଂ ସତ୍ୟବାଦୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯଦି ମୁଁ ବିଜେଡି ଦଳରୁ ବିଧାୟକ ଟିକେଟ ପାଏ ନିଶ୍ଚୟ ବିଜୟ ଲାଭ କରିକଂଗ୍ରେସକୁ ବହୁ ଭୋଟରେ ପରାସ୍ତ କରିବି । ଜଗତସିଂହପୁର ଜିଲ୍ଲାର ଉନ୍ନତୀ କରିବା ସହ ବେକାର ଯୁବକ ଯୁବତୀ ମାନଙ୍କୁ ପାରାଦ୍ୱୀପରେ ·କିରୀ ବ୍ୟବସ୍ଥା କରାଯିବ ।ଏପରିକି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ସହିତ ଜଗତସିଂହପୁରକୁ ଏକ ନଂ ରେ ପହଞ୍ଚାଇବାକୁ ବକ୍ତବ୍ୟ ରଖିଥିଲେ ।
ଇଂ ଶ୍ରୀ ମିଶ୍ର ଜଣେ ପରିବେଶବିତ୍ ଭାବେ ଦୀର୍ଘ ୨୨ବର୍ଷ ·କିରି କଲାପରେ ·କିରୀରୁ ଅବ୍ୟାହତ ନେଇ ଏବେ ପରିବେଶ ଉପରେ ସାରା ଭାରତରେ ଉଲ୍ଲେଖନୀୟ କାର୍ଯ୍ୟ କରି ବିଭିନ୍ନ ବିଶିଷ୍ଠ ବ୍ୟକ୍ତିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ,ତାଙ୍କ ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟାଙ୍କ ଏକାନ୍ତ ଅନୁଗତ ବୋଲି ଜଣାପଡିଛି । ଏହି ରାଲିକୁ ସାମ୍ବାଦିକ ଚନ୍ଦ୍ର କାନ୍ତ ଦାସ,ଆଇନଜୀବୀ ଦେବକାନ୍ତ ମିଶ୍ର ପ୍ରମୁଖ ପରି·ଳନା କରିଥିବାବେଳେ ବହୁ ସଂଖ୍ୟାରେ ବାଇକ ସାମିଲ ହୋଇ ଥିଲେ ।