ନିଜର ସ୍ଥିତିରକ୍ଷା ପାଇଁ ପରିତ୍ୟକ୍ତ ନେତାଙ୍କ ସାହାରାରେ ବିଜେପି : ବିଜେଡି

Straight to the Point

ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ବିଜେପିରେ ଡା. ଦାମୋଦର ରାଉତଙ୍କ ଯୋଗଦାନକୁ ନୈତିକତା ମାପକାଠିରେ ବିଚାର କରି ତାଙ୍କର ମନ୍ତବ୍ୟକୁ ଆଦୋ÷ ଗୁରୁତ୍ୱ ଦେଇନାହିଁ ବିଜୁ ଜନତା ଦଳ । ବିଜେପିରେ ନୀତି ଓ ଆଦର୍ଶର ଅଭାବ ଥିବା ଦାମବାବୁଙ୍କ ଯୋଗଦାନରୁ ସ୍ପଷ୍ଟ ହୋଇଯାଇଛି । ଯେଉଁ ଦଳ ସେହି ବ୍ୟକ୍ତିଙ୍କ କୁଶପୁତଳିକା ଦାହ କରୁଥିଲା, ସେହି ଦଳ ଆଜି ତାଙ୍କୁ କୋଳେଇ ଆଲିଙ୍ଗନ କରୁଛି । ରାଜ୍ୟରେ ବିଜେପିର ଯେ କିଛି ସ୍ଥିତି ନାହିଁ ତାହା ଏହି ଘଟଣା ପ୍ରମାଣିତ କରିଦେଇଛି ବୋଲି ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି ।

ଓଡ଼ିଶାରେ ନିଜର ସ୍ଥିତିକୁ ନେଇ ବିଜେପି ଗତ ଦୁଇବର୍ଷ ଧରି ବେଶ୍ ତୁମ୍ବିତୋଫାନ କରୁଛି । ମାତ୍ର ୧୪୭ ଟି ଯାକ ବିଧାନସଭା କଥା ଦୂରେ ଥାଉ, ୧୨୦ଟି ବିଧାନସଭା ଆସନରେ ପ୍ରାର୍ଥୀ ଯୋଗାଡ଼ କରିପାରୁନାହିଁ । ଯାହା ବିଜେପିକୁ ଆଜି ହତାଶ ଓ ନିରୁତ୍ସାହିତ କରିଦେଇଛି । ସେଥିରୁ ମୁହଁ ଲୁଚାଇବା ପାଇଁ ଅନ୍ୟ ଦଳରୁ ବହିଷ୍କୃତ ଓ ପରିତ୍ୟକ୍ତ ନେତାମାନଙ୍କୁ ନିଜ ଦଳରେ ନେବାକୁ ବାଧ୍ୟ ହେଉଛି । ସୁବିଧାବାଦୀ ରାଜନୀତିରେ ଦାମୋଦର ରାଉତ ଓ ବିଜେପି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ଏଭଳି ସୁବିଧାବାଦୀ ନେତା ଓ ଦଳକୁ ଓଡ଼ିଶାବାସୀ ଉଚିତ ଜବାବ ଦେବେ ବୋଲି ଡ. ପାତ୍ର କହିଛନ୍ତି ।

error: Thank You Keep Visiting