୧୯ ବର୍ଷର ଅପାରଗ ରାଜ୍ୟ ସରକାର ବଦଳିବା ଦରକାର : ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ

Straight to the Point

ତାଳଚେର,(ଓଡ଼ିଶା ଜର୍ଣ୍ଣାଲ): ତାଳଚେର ନିର୍ବଚନମଣ୍ଡଳୀର ସାନତ୍ରିବିଡ଼ା ପଂଚାୟତ ଅନ୍ତର୍ଗତ ସାନହୀରା ଗ୍ରାମରେ ବିଜେପି ପକ୍ଷରୁ ଶକ୍ତିକେନ୍ଦ୍ର ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସମ୍ପାଦକ ତଥା ତାଳଚେରର ବିଧାୟକ ପ୍ରାର୍ଥୀ କାଳନ୍ଦି ସାମଲ ଯୋଗ ଦେଇ ୧୯ ବର୍ଷର ଅପାରଗ ରାଜ୍ୟ ସରକାର ବଦଳିବା ଦରକାର ବୋଲି ମତବ୍ୟକ୍ତ କରିବାସହ ଏଥିପାଇଁ ଆଗାମୀ ନିର୍ବାଚନରେ ସମସ୍ତ ବୁଥସ୍ତରରେ କାର୍ଯ୍ୟକର୍ତାମାନେ ଏକଜୁଟ ହୋଇ ଭାରତୀୟ ଜନତା ପାର୍ଟିକୁ ଏକନମ୍ବର ଦଳ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ ।

ଏହି ସମାବେଶରେ ଉପସ୍ଥିତ ସମସ୍ତ ପ୍ରମୁଖ କାର୍ଯ୍ୟକର୍ତା ମାନେ ଉକ୍ତ ପଂଚାୟତରେ ବିଜେପିକୁ ସବୁଠାରୁ ଅଧିକ ଭୋଟ ମିଳିବା ନେଇ ପ୍ରୟାସ କରିବେ ବୋଲି ସଙ୍କଳ୍ପ କରିଥିଲେ । ଗୁଣ୍ଡିଚା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଶକ୍ତିକେନ୍ଦ୍ର ପ୍ରମୁଖ ଚରଣ ସିଂହ ବେହେରା,ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ବରିଷ୍ଠ ନେତା ଲୋକନାଥ ସାହୁ,ବଟ କୃଷ୍ଣ ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ,ଉକାଳୁ ସାହୁ,ମାନସ ପ୍ରଧାନ,ବୁଦ୍ଧଦେବ ସାହୁ,ଗୋବିନ୍ଦ ପ୍ରଧାନ,ଅଜୟ ସାହୁ,ବିରଂଚି ସାହୁ,ରୋହିତ ପ୍ରଧାନମିଡ଼ିଆସେଲ ପର୍ଶୁରାମ ବାରିକଙ୍କ ସମେତ ୨ଶହରୁ ଉଦ୍ଧ୍ୱର୍ ପ୍ରମୁଖ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

error: Thank You Keep Visiting