ଦଳିତ କଲ୍ୟାଣ ସମିତି ପକ୍ଷରୁ ବିଜେପି ବିଧାୟକ ପ୍ରାର୍ଥୀ କାଳନ୍ଦି ସାମଲଙ୍କୁ ସମର୍ଥନ
ତାଳଚେର,(ଓଡ଼ିଶା ଜର୍ଣ୍ଣାଲ): ଦଳିତ କଲ୍ୟାଣ ସମିତି ପକ୍ଷରୁ ଆଜି ଏକ ବିଶାଳ ଦଳିତ ସମାବେଶ ତାଳଚେର ବ୍ଲକ କଣ୍ଢାଳ ପଂଚାୟତର ଅରଖପାଳଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଜୟ ଗୋଚ୍ଛାୟତ ଅଧ୍ୟକ୍ଷତା କରିଥିଲେ । ଉକ୍ତ ସମାବେଶରେ ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦି ସାମଲ, ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ମଲ୍ଲିକ,ତେଂଟୁଲେଇ ସରପଂଚ ଲିଜା ବେହେରା,ଘଂଟପଡ଼ା ସମିତି ସଭ୍ୟା ସରୋଜିନୀ ବେହେରା,ବିଜେପି ମିଡ଼ିଆସେଲ ପ୍ରଭାରୀ ପର୍ଶୁରାମ ବାରିକ,ଚୈତନ୍ୟ ପ୍ରଧାନ,ବରୁଣ ସାହୁ,ଟିକନ ପାତ୍ର,ପ୍ରଶାନ୍ତ ନନ୍ଦ,ଦେବେନ୍ଦ୍ର ବାରିକ,କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ସମାବେଶରେ ରାଜ୍ୟ ସମ୍ପାଦକ ଶ୍ରୀ ସାମଲଙ୍କୁ ବିଶେଷ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ତାଳଚେର ଏକ ଶିଳ୍ପାଂଚଳ ହୋଇଥିଲା ବେଳେ ଏଠାରେ ଅପାର ସମ୍ଭାବନା ରହିଛି । କିନ୍ତୁ ଏହି ଅଂଚଳର ଦଳିତମାନଙ୍କର ସାମୁହିକ ବିକାଶ ତଥା ପରିବର୍ତନ ପାଇଁ ରାଜ୍ୟ ସରକାର ତଥା ୧୦ବର୍ଷର ବିଧାୟକ କୈାଣସି ପଦକ୍ଷେପ ନେଇନାହାନ୍ତି । ଇଛାଶକ୍ତିର ଅଭାବ ଯୋଗୁଁ ଦଳିତମାନେ ଆଜି ସମ୍ପୂର୍ଣ୍ଣଭାବେ ଅଣଦେଖା ହେଉଛନ୍ତି ବୋଲି ଉକ୍ତ ବୈଠକରେ ମତପ୍ରକାଶ ପାଇଥିଲା ।
ଏଣୁ ବୈଠକରେ ଉପସ୍ଥିତ ଥିବା ତାଳଚେର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଂଚଳର ଦଳିତଲୋକେ ଚଳିତ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ କାଳନ୍ଦି ସାମଲଙ୍କୁ ସମ୍ପୂର୍ଣ୍ଣଭାବେ ସମର୍ଥନ କରିବେ ବୋଲି ସଙ୍କଳ୍ପ କରିଥିଲେ । ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ନିଜ ବକ୍ତବ୍ୟରେ ଦଳିତମାନଙ୍କର ଏଭଳିଭାବେ ଅକୁଣ୍ଠ ସମର୍ଥନକୁ ଜୀବନରେ କେବେ ଭୁଲିବେ ନାହିଁ ବୋଲି ପ୍ରକାଶ କରିବାସହ ଏହାକୁ ପାଥେୟ କରି ସଦାସର୍ବଦା କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ସମାବେଶରେ ତାଳଚେର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରୁ ଦଳିତ ସମାଜର ପ୍ରାୟ ପାଂଚ ହଜାର ଜନସାଧାରଣ ଯୋଗ ଦେଇଥିଲେ ।