ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବରିଷ୍ଠ ନେତା ଡା.ଦାମୋଦର ରାଉତ

Straight to the Point

ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ଆସନ୍ତାକାଲି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବରିଷ୍ଠ ବିଜେପି ନେତା ଡା. ଦାମୋଦର ରାଉତ । ଡା. ରାଉତ ଆସନ୍ତାକାଲି ମଧ୍ୟାହ୍ନ୧୨ଟାରେ ମାନକାନଗିରି ଜିଲ୍ଲା ମାଲଭରମ ମେନ ରୋଡ ଗଠଚ-୮୧ ପଡିଆରେ ପହଂଚି ବିଜୟ ସଂକଳ୍ପ ସଭାରେ ଯୋଗ ଦେବେ ।

ସଭା ପରେ ଅପରାହ୍ନ ୨ଟା ୩୦ ମିନିଟରେ ଡା. ରାଉତ ରାୟଗଡା ଜିଲ୍ଲା ଥେରୁବାଲି ଡିପି କ୍ୟାମ୍ପ ପଡିଆରେ ପହଂଚି ସାଧାରଣ ସଭାରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ଏହି ବିଜୟ ସଂକଳ୍ପ ସମାବେଶରେ ବିଜେପି ନେତା ତଥା ସିନେ ଅଭିନେତା ଶ୍ରୀତମ ଦାସ ଉପସ୍ଥିତ ରହିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

error: Thank You Keep Visiting