ପ୍ରଥମ ଦିନରେ ୪ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

Straight to the Point

ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ନିମନ୍ତେ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ବିଧାନସଭା ଆସନଗୁଡ଼ିକ ପାଇଁ ପ୍ରଥମ ଦିନରେ ମୋଟ ୪ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି ।

୮୧-ନର୍ଲା ବିଧାନସଭା ଆସନ ପାଇଁ ଜଣେ, ୭୫-ନବରଙ୍ଗପୁର ବିଧାନସଭା ଆସନ ପାଇଁ , ୧୩୩-ବ୍ରହ୍ମପୁର ବିଧାନସଭା ଆସନ ଏବଂ ୧୪୬-ମାଲକାନଗିରି ବିଧାନସଭା ଆସନ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମ ଦିନରେ ମୋଟରେ ୪ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

error: Thank You Keep Visiting