ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ:ସୁରେଶ ରାଉତରାୟ

Straight to the Point

ଭୁବନେଶ୍ୱର: ଗତ ମାର୍ଚ ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତଥା ତାଙ୍କର ପତ୍ନୀ ଶ୍ରୀମନ୍ଦିରକୁ ଆସି ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିଥିଲେ । ଦର୍ଶନ କରିବା ସମୟରେ ତିନି ଜଣ ସେବାୟତ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ରାଷ୍ଟ୍ରପତିଙ୍କର ପତ୍ନୀଙ୍କୁ ଶ୍ରୀମନ୍ଦିର ଦର୍ଶନ ବେଳେ ସେବାୟତ ମାନେ ଅସମ୍ମାନ କରିଥିବା ଅଭିଯୋଗ ସମ୍ପର୍କରେ ପତ୍ର ଆସିବା ପରେ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ତନାଘନା ଚାଲିଛି । ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଶ୍ରୀମନ୍ଦିରରେ ଦୁର୍ବ୍ୟବହାର ଅଭିଯୋଗର ସଠିକ ତଦନ୍ତ ହୋ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ବିଜେଡି ଆଶା ପ୍ରକାଶ କରିଛି ।
ବିଜେଡି ସାଂସଦ ତଥା ମୁଖପତ୍ର ପ୍ରତାପ ଦେବ କହିଛନ୍ତି ଯେ ତାଙ୍କ ପାଖରେ ଯାହା ଖବର ଅଛି ଯେ ରାଷ୍ଟ୍ରପତି ଭବନ ଠାରୁ ପତ୍ର ଆସିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ଏହାର ଉପଯୁକ୍ତ ତଦନ୍ତ ହୋଇ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ଶ୍ରୀ ଦେବ ଆଶା ପ୍ରକାଶ କରିଛନ୍ତି ।
ଅନ୍ୟ ପକ୍ଷରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ କହିଛନ୍ତି ଏହି ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ଖବର ନାହିଁ । ଯଦି ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଏଭଳି ଦୁର୍ବ୍ୟବହାର କରା ଯାଇଥାଏ ତାହା ଦୁର୍ଭାଗ୍ୟଜନକ ଓ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବା ଉଚିତ । ଯଦି ରାଷ୍ଟ୍ରପତିଙ୍କ ପତ୍ନୀଙ୍କ ସହ ଖରାପ ବ୍ୟବହାର କରାଯାଉଛି ତେବେ ସାଧାରଣ ମହିଳା ମାନଙ୍କର କଣ ଅବସ୍ଥା ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ମନ୍ଦିରର ସେବାୟତ ମାନେ ବୁଝି ରଖିବା ଉଚିତ ଯେ ସେମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାୟତ , ନିଜେ ଶ୍ରୀ ଜଗନ୍ନାଥ ନୁହନ୍ତି ।

error: Thank You Keep Visiting