କଷ୍ଟକର ହେବ ଛେଣ୍ଡିପଦା ବିଧାୟକଙ୍କୁ ଟିକଟ ମିଳିବା

Straight to the Point

ଛେଣ୍ଡିପଦା,(ଓଡ଼ିଶା ଜର୍ଣ୍ଣାଲ): ଛେଣ୍ଡିପଦା ବ୍ଲକର ସମସ୍ତ ୩୪ଟି ଏବଂ ବଅଁରପାଳ ବ୍ଲକର ୧୮ ଟି ପଞ୍ଚାୟତକୁ ନେଇ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଗଠିତ । ଛେଣ୍ଡିପଦା ବିଧାନସଭା କ୍ଷେତ୍ର (ନଂ୬୨) ଆସନଟି ଅନୁସୂଚିତ ଜାତି ବର୍ଗ ପାଇଁ ସରଂକ୍ଷିତ ରହିଛି । ସମ୍ବଲପୁର ଲୋକସଭା ଅନ୍ତର୍ଗତ ଏହି ସଂରକ୍ଷିତ ଆସନଟିରେ ୬ଷ୍ଠ ଥର ବିଧନାସଭା ନିର୍ବଆଚନ ହେବାକୁ ଯାଉଛି ।ପୂର୍ବରୁ ଛେଣ୍ଡିପଦା ସଂରକ୍ଷିତ ବିଧାନସଭା କ୍ଷେତ୍ର କ୍ରମିକ ନଂ ଭିନ୍ନ ଥିଲା । ସେହି ଅନୁସାରେ ଛେଣ୍ଡିପଦା (ନଂ ୭୮) ରୁ ୧୯୬୧ ନିର୍ବାଚନରେ ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ପଦ ନାୟକ ନିର୍ବାଚିତ ହୋଇଥିଲେ ।

୧୯୬୭ ରେ ଛେଣ୍ଡିପଦା ବିଧାନସଭା ସଂରକ୍ଷିତ ଆସନ (ନଂ ୧୩୮) କୁ ଜେଏସି ଦଳର ପ୍ରାର୍ଥୀ ନବଘନ ନାୟକ ବିଜୟୀ ହୋଇ ବିଧାନସଭାକୁ ପ୍ରତିନିଧିତ୍ୱ କରିଥିଲେ । ୧୯୭୧ ନିର୍ବାଚନରେ ଛେଣ୍ଡିପଦା ବିଧାନସଭା ସଂରକ୍ଷିତ ଆସନ (ନଂ ୧୩୮) କୁ ଉକ୍ରଳ କଂଗ୍ରେସ ଦଳ ପ୍ରାର୍ଥୀ ଭଜମନ ବେହେରା ବିଜୟୀ ହୋଇ ବିଧାନସଭାରେ ପ୍ରତିନିଧିତ୍ୱ କରିଥିଲେ । ତା’ପରେ ଆଇନ୍ଟି ଉଚ୍ଛେଦ ହେବା ପରେ ପୁନର୍ବାର ୨୦୦୯ ଓ ୨୦୧୪ ରେ ଛେଣ୍ଡିପନଦା (ନଂ ୬୨) ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଦୁଇଟି ଯାକ ନିର୍ବାଚନରେ ବିଜେଡି ଆସନ ଅକ୍ତିଆର କରିଥିଲା । ୨୦୦୧୯ ନିର୍ବାଚନରେ ରାଜ୍ୟର ନବୀନ ହାୱା ଥିଲା ।

ସୁଶାନ୍ତ ବେହେରାଙ୍କୁ ଦଳ ଟିକଟ ଦେଇ ନିର୍ବାଚନରେ ପ୍ରାର୍ଥ କରିବା ଚୁଡାନ୍ତ ହୋଇଥିଲା । ଟିକେଟ ପ୍ରଦାନ କରିବା ଘୋଷଣାର କିଛି ସମୟ ପରେ ସଂଶୋଧିତ କରାଯାଇ ରାଜନୀତିରେ ନବାଗତ ପ୍ରଶାସିନକ ଅଧିକାରୀ ଖଗେଶ୍ୱର ବେହେରା ବିଜେଡି ଟିକଟରେ ନିର୍ବାଚନ ଲଢିଲେ । ୨୦୦୯ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ତାଙ୍କର ନିକଟତମ କଂଗ୍ରେସ ଦଳର ପ୍ରାର୍ଥୀ ଅଗସ୍ତୀ ବେହେରାଙ୍କ ଠାରୁ ୪.୯୦୬ ଖଣ୍ଡି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲା । ୨୦୦୯ ସୁଶାନ୍ତ ବେହେରା ହାତରୁ ଖସି ଯାଇଥିବା ବିଜେଡି ଟିକଟ ପୁନର୍ବାର ୨୦୧୪ ନିର୍ବଆଚନରେ ହାତେଇ ପାରିଥିଲେ।   ତାକୁ ସଦୁପଯୋଗ କରି ନିର୍ବାଚନରେ ବିଜୟୀ ହୋଇ ପାରିଥିଲେ । ସୁଶାନ୍ତ ବେହେରାଙ୍କ ପାଇଁ ଆଜି ସେହି ସମୟ ପୁଣି ଆସିଛି, ଦଳୀୟ ଟିକେଟ ହାତେଇବାରେ କସରତ କରିବାକୁ ପଡୁଛି ।

ଗତ ନିର୍ବାଚନରେ ଛେଣ୍ଡିପଦା ସଂରକ୍ଷିତ ଆସନରୁ ମୋଟ ୯ ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ବିଜେଡିର ସୁଶାନ୍ତ ବେହେରା ୭୨,୦୩୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସ ଦଳର ଅଗସ୍ତୀ ବେହେରା ୫୨,୨୭୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ବେଳେ ବିଜେପି ପ୍ରାର୍ଥୀ ୧୫,୯୯୧ ଖଣ୍ଡ ଭୋଟ ପାଇଥିଲେ । ସେହିଭଳି ବିଏସପିର ଗୋବିନ୍ଦ ନାଏକ ୩,୯୦୬, ଏସୟୁଆଇର ଭରତ ନାଏକ ୮୨୪, ସ୍ୱାଧୀନ ପ୍ରାଥୀ ସୁବାଷ ବେହେରା ୬୫୪ ଖଣ୍ଡ, ଏପିଆଇର ପ୍ରାର୍ଥୀ ସୁବାଷ ନାଏକ ୪୭୭ ଏବଂ ସ୍ୱାଧୀନ ପ୍ରାର୍ଥୀ ବଳରାମ ନାଏକ ୪୧୯ ଖଣ୍ଡ ଭୋଟ ପାଇଥିଲେ । ନୋଟାରେ ୫୪ ଖଣ୍ଡ ଭୋଟ ପଡିଥିଲା ।
ଏହି ଆସନ ପାଇଁ ପ୍ରମୁଖ ବିଜେଡି, ବିଜେପି, କଂଗ୍ରେସ ଦଳର ପ୍ରାର୍ଥୀ ଅଜି ସୁଦ୍ଧା ମନୋନୟନ ହୋଇ ନାହନ୍ନ୍ି । ସବୁ ଦଳରେ ଏକାଧିକ ଆଶାୟୀ ପ୍ରାର୍ଥୀ ଅଛନ୍ତି ।

ବିଜେଡି ଟିକଟରେ ନିର୍ବାଚନ ଲଢିବାକୁ ସବୁଠୁ ଅଧିକ ଆଶାୟୀ ପ୍ରାର୍ଥୀ ଥିବା ଜଣାପଡିଛି । ବିଧାୟକ ସୁଶାନ୍ତ କୁମାର ବେହେରା, ଦଳିତ ସମାଜ ନେତା ତଥା ଆଇନଜୀବୀ ରାଜକିଶୋର ନାଏକ, ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ବିନୋଦ କୁମାର ନାଏକ, ପୂର୍ବତନ ଅନୁଗୋଳ ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ବେହେରା, ପଞ୍ଚାନନ ବେହେରା, ସୁବଳ ସେଠୀ, ଦୁଃଶାସନ ବେହେରା ପ୍ରମୁଖ ଆଶାୟୀ ପ୍ରାର୍ଥୀ ଥିବା ଆଲୋଚନା ହେଉଛି ।

କଂଗ୍ରେସ ଦଳରୁ ରାଜଞ୍ୟ ମହିଳା କଂଗ୍ରେସ ଉପସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ କନ୍ୟା ଇଂ ସସ୍ମୀତା ବେହେରା, ଗୋପବନ୍ଧୁ ନାଏକ, ବାଦୁଲି ନାୟକ, ନରୋତ୍ତମ ନାୟକ ଟିକଟ ଦୌଡରେ ଅଛନ୍ତି ।
ସେହିଭଳି ବିଜେପି ଟିକେଟ ସକାଶେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସନ୍ତୋଷ ନାଏକ ଓ ଅଗସ୍ତୀ ବେହେରା ଆଶାୟୀ ଥିବା ଜଣାଯାଇଛି । ଏହି କ୍ଷେତ୍ର ପାଇଁ ଆଶାୟୀ ପ୍ରାର୍ଥୀ / ପ୍ରାର୍ଥୀନୀ ମାନେ ସମସ୍ତେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଜଣାଯାଇଛି ।

error: Thank You Keep Visiting