ବାଲିକୁଦା ବିଜେଡି ସଂଗଠନରେ ବିଦ୍ରୋହର ସ୍ୱର,ଦଳ ବଦଳ ଚିନ୍ତାର କାରଣ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀରେ ଏବେ ଏକପ୍ରକାର ଶାସକ ଦଳ ପ୍ରାର୍ଥିତ୍ୱକୁ ନେଇ ଆଶାୟୀଙ୍କ ମଧ୍ୟରେ ଏକ ପ୍ରକାର ଦ୍ୱନ୍ଦ ବଢିବାରେ ଲାଗିଛି । କାରଣ କିଛି ଦିନ ତଳେ ବରିଷ୍ଠ ରାଜନେତା ତଥା ପାରାଦ୍ୱୀପ ବିଧାୟକ ଦାମୋଦର ରାଉତଙ୍କ ବିଜେପିରେ ଯୋଗଦାନ କରି ନିଜ ଜନ୍ମ ମାଟି ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରୁ ଲଢିବା ପାଇଁ ଘୋଷଣା ଓ ଅନ୍ୟପଟେ ବିଜେପିର ଆଶାୟୀ ଥିବା ରଘୁନନ୍ଦନ ଦାସ ଗତକାଲି ବିଜେଡିରେ ମିଶିବା ଯୋଗୁ ବାଲିକୁଦା -ଏରସମା ଶାସକ ଦଳରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ରଘୁନନ୍ଦନ ଦାସ ବିଜେଡି ଦଳ ଛାଡି ୨୦୧୪ ସାଧାରଣ ନିର୍ବାଚନରେ ସ୍ୱାଧିନ ପ୍ରାର୍ôଥ ହୋଇଥିବା ରଘନନ୍ଦନ ଦାସ ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇ ବାଲିକୁଦା ଏରସମା ଅଞ୍ଚଳରୁ ବିଜେପି ବିଧାୟକ ପ୍ରାର୍ôଥ ହେବା ପାଇଁ ସଂଗଠନ ଚଳାଇଥିଲେ । କିନ୍ତୁ ଦାମୋଦର ବିଜେପିରେ ଯୋଗଦେଇ ବାଲିକୁଦା-ଏରସମାରୁ ପ୍ରାର୍ôଥ ହେବା ପାଇଁ ଆଶାୟୀ ହେବାରୁ ରଘୁନନ୍ଦନ ନିରାଶ ହୋଇ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି । ତେବେ ରଘୁନନ୍ଦନ ବିଜେଡିରେ ଯୋଗଦେବା ପରେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ପାଇଁ ୨୦୧୯ ବିଧାନସଭା ନିର୍ବାଚନ ନିମନ୍ତେ ଏକ ପ୍ରକାର ସମସ୍ୟା ସୃଷ୍ଟି ହେବ ବୋଲି ବିଜେଡି ସଂଗଠନରେ ଚର୍ଚ୍ଚା ହେଉଛି ।

ଏପରିକି ଦାମୋଦର,ରଘୁନନ୍ଦନ ଓ ପ୍ରଶାନ୍ତ ବିଜେଡି ଦଳରେ ଥିଲେ । ବାଲିକୁଦା ବିଧାନସଭା କ୍ଷେତ୍ରରେ ରଘୁନନ୍ଦନ ଦାସ ୨୦୦୦ସାଧାରଣ ନର୍ବାଚନରେ ବିଜେଡି ବିଧାୟକ ପ୍ରାର୍ôଥ ହୋଇ ପରାଜିତ ହୋଇଥିଲେ । ୨୦୦୪ସାଧାରଣ ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ଯୋଗୁ ବିଜେପି ପ୍ରାର୍ôଥ ବାଲିକୁଦା ନିର୍ବାଚନ ମଣ୍ଡଳୀରେ ପ୍ରାର୍ôଥ ହେବାରୁ ରଘୁନନ୍ଦନ ଦାସ ସ୍ୱାଧିନ ପ୍ରାର୍ôଥ ହୋଇ ପରାଜିତ ହୋଇଥିଲେ । ଗତ ୨୦୦୯ ରେ ସୀମା ପୁର୍ନଗଠନ ଓ ଆସନ ସଂରକ୍ଷଣ ବ୍ୟବସ୍ଥା ପରେ ବାଲିକୁଦା ଏରସମା ନୂତନ ନିର୍ବାଚନ ମଣ୍ଡଳୀ ସୃଷ୍ଟି ହେବାରୁ ରଘୁନନ୍ଦନ ବିଜେଡି ପ୍ରାର୍ôଥ ହେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଦାମୋଦରଙ୍କ ଅନୁମୋଦନ କ୍ରମେ ପ୍ରଶାନ୍ତ ମୁଦୁଲି ବାଲିକୁଦା ଏରସମା ବିଧାନସଭା କ୍ଷେତ୍ରରୁ ବିଜେଡି ପ୍ରାର୍ôଥ ହୋଇ ବିଜୟୀ ହୋଇଥିଲେ । ପୁର୍ନବାର ୨୦୧୪ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ ମୁଦୁଲି ବାଲିକୁଦା ଏରସମା ବିଧାନସଭା କ୍ଷେତ୍ରରୁ ବିଜେଡି ପ୍ରାର୍ôଥ ହେବା ବିଜୟୀ ହୋଇଥିଲେ । ମାତ୍ର ରଘୁନନ୍ଦନ ଦାସ ବିଜେଡି ଛାଡି ସ୍ୱାଧିନ ପ୍ରାର୍ôଥ ଭାବେ ୨୦୧୪ରେ ବାଲିକୁଦା ଏରସମା ବିଧାନସଭା କ୍ଷେତ୍ରରୁ ୩୩ହଜାରରୁ ଉଦ୍ଧ୍ୱର୍ ଭୋଟ ପାଇଥିଲେ ।

ପରେ ପରେ ସୁଯୋଗ ଦେଖି ରଘୁନନ୍ଦନ ବିଜେପି ରେ ଯୋଗଦେଇ ବାଲିକୁଦା ଏରସମା ବିଧାନସଭା କ୍ଷେତ୍ରରେ ବିଜେପି ସଂଗଠନକୁ ସୁଦୃଢ କରି ନିଜର ପ୍ରାର୍ôଥତ୍ୱ ପାଇଁ ଦାବିଦାର ଥିଲେ । ମାତ୍ର ବିଜେଡିରୁ ୨୦୦୮ରେ ନିଲମ୍ବିତ ପାରାଦ୍ୱୀପ ବିଧାୟ ଦାମୋଦର ରାଉତ ହଠାତ୍ ବିଜେପିରେ ଯୋଗଦେଇ ବାଲିକୁଦା ଏରସମା ଆସନରୁ ବିଜେପି ପ୍ରାର୍ôଥ ହେବା ଯୋଜନା କରିବାରୁ ରଘୁନନ୍ଦଦନ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି ।
ତେବେ କେତେକ କର୍ମକର୍ତ୍ତା କୁହନ୍ତି ଯେ ଦାମୋଦରଙ୍କ ସହିତ ଲଢିବା ପାଇଁ ରଘୁନନ୍ଦନ ଦାସଙ୍କୁ ବାଲିକୁଦା ଏରସମା ବିଜେଡି ଟିକେଟ ମିଳିପାରେ । ମାତ୍ର ବାଲିକୁଦା ଏରସମାର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ସଭାପତି ପ୍ରଶାନ୍ତ ମୁଦୁଲିଙ୍କ ସମର୍ଥକ ମାନେ ମତ ଦିଅନ୍ତି ଯେ ପୁନର୍ବାର ଯଦି ପ୍ରଶାନ୍ତଙ୍କୁ ଟିକେଟ ନମିଳେ ତେବେ ଦାମଦୋର ରାଉତଙ୍କ ଭବିଷ୍ୟତ ଉଜ୍ଜଳହେବା ସହିତ ସ୍ୱପ୍ନ ସାକାର ହେବ ।

ଏପରି ସ୍ଥଳେ ଦଳର ସୁପ୍ରିମୋ କି ପ୍ରକାର ନିଷ୍ପତ୍ତି ନେଉଛନ୍ତି ଏବଂ କାହାକୁ ଟିକେଟ ଦେବେ ଅଭିଜ୍ଞ ,ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ସହ ଲଢେଇ କରିବା ପାଇଁ ଜନସାଧାରଣରେ ଉତ୍କଣ୍ଠା ବୃଦ୍ଧି ପାଇଛି । ବାଲିକୁଦା-ଏରସମାରେ ମଧ୍ୟ ଦାମବାବୁଙ୍କ ସଂଗଠକ ମାନେ ମତ ଦେଉଛନ୍ତିକି ରଘୁନନ୍ଦନ ବିଜେପି ଦଳ ପରିତ୍ୟାଗ କଲେ ମଧ୍ୟ ଦାମ ବାବୁଙ୍କ ପକ୍ଷେ କିଛି ଫରକ ପଡିବନି । ଏଭଳି ଗୋଳିଆ ରାଜନିତିକୁ ବାଲିକୁଦା -ଏରସମ ନିର୍ବାଚନ ମଣ୍ଡଳୀର ଭୋଟର ମାନେ ସହଜରେ ବୁଝି ପାରୁନଥିବା ଜଣାପଡିଛି ।

error: Thank You Keep Visiting