ବିଜେପି କାର୍ଯ୍ୟକର୍ତ୍ତାମାନେ ନିଜ ନିଜର ବୁଥକୁ ମଜବୁତ କରନ୍ତୁ : ଡା ଦେବେନ୍ଦ୍ର ପ୍ରଧାନ

An Independent Media

ତାଳଚେର,(ଓଡ଼ିଶା ଜର୍ଣ୍ଣାଲ): ତାଳଚେର ପୈାରାଂଚଳର ଫାଷ୍ଟଗେଟ୍ ନିକଟରେ ବିଜେପିର କାର୍ଯ୍ୟାଳୟ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡା ଦେବେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆଜି ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ଡା ପ୍ରଧାନ ବିଜେପିର ପ୍ରମୁଖ କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବାସହ ସମସ୍ତ କାର୍ଯ୍ୟକର୍ତାମାନେ ନିଜ ନିଜର ବୁଥକୁ ମଜବୁତ କରିବାପାଇଁ ପରାମର୍ଶ କରିଥିଲେ । ରାଜ୍ୟ ସମ୍ପାଦକ ତଥା ବିଜେପିର ବିଧାୟକ ପ୍ରାର୍ଥୀ କାଳନ୍ଦି ସାମଲ ଯୋଗ ଦେଇ ୧୯ବର୍ଷର ଅପାରଗ ସରକାରକୁ ବଦଳାଇବା ପାଇଁ ସାଧାରଣ ଲୋକେ ମନ ବଳେଇଥିବା ବିଜେପି କାର୍ଯ୍ୟକର୍ତାମାନେ ଘରଘର ବୁଲି ଲୋକଙ୍କ ଆସ୍ଥାଭାଜନ ହୋଇ ବିଜେପିର ସରକାର ଗଠନ କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତାଳଚେର ବିଧାନସଭା ପ୍ରଭାରୀ ଡିଲେଶ୍ୱର ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ଜିଲ୍ଲା ଉପସଭାପତି ପେସ୍କାର ଗଡ଼ନାୟକ,ମଣ୍ଡଳ ସଭାପତି ଯଶୋବନ୍ତ ଦାସ, ମିଡ଼ିଆ ସେଲ ପ୍ରଭାରୀ ପର୍ଶୁରାମ ବାରିକ,ପ୍ରାକ୍ତନ ନଗରପାଳ ଜ୍ୟୋସ୍ନା ଦଳେଇ,ପ୍ରାକ୍ତନ ଉପ-ନଗରପାଳ ସୁଫଳା ପୃଷ୍ଟି,ପ୍ରାକ୍ତନ କାଉନସିଲର ଜୟନ୍ତ ଭୂତିଆ,ଜିତେନ୍ଦ୍ର ଦାସ,ଜ୍ଞାନେନ୍ଦ୍ରୀୟ ସେଠୀ,କବିତା ବେହେରା, ବାଲ୍ମିକୀ ପ୍ରସାଦ କେଶରୀ,ଦିପ୍ତୀପ୍ରଭା ମହାରଣା,ଯୁଗଳ ରାୟ,ପ୍ରମୋଦ ପାଲ,ଅଖିଳ ସାମଲଙ୍କ ସମେତ ୫ଶହରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ସେହିପରି ଉକ୍ତ କାର୍ଯ୍ୟକ୍ରମ ଅବସରରେ କାର୍ଯ୍ୟାଳୟରେ ବିଶ୍ୱ ପଖାଳ ଦିବସ ପାଳନ କରାଯାଇଥିଲା । ବିଜେପି ଯୁବମୋର୍ଚ୍ଚା ସଭାପତି ସୁବ୍ରତ ସାହୁଙ୍କ ତତ୍ୱାବଧାନରେ ପାଳିତ ଏହି ଦିବସ ଉପଲକ୍ଷେ ଅଭିଷେକ ମହାନ୍ତି,ଆଶୁତୋଷ ମହାନ୍ତି,ବାଦଲ ମହାପାତ୍ର,ରାଜେଶ ଦଳେଇ, ବିଶ୍ୱରଞ୍ଜନ ତୁଙ୍ଗ,ଶାନ୍ତନୁ ବେହେରା,ପୂର୍ଣ୍ଣଚନ୍ଦ୍ର ବେହେରା,ଦୀପକ ସାହୁ,ମାନସ ସିଂ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

error: Thank You Keep Visiting