ବିଜେପି ଟିକେଟ ଘୋଷଣା ପରେ ଦୋଳଗୋବିନ୍ଦଙ୍କୁ ଶୁଭେଚ୍ଛାର ସୁଅ

Straight to the Point

କେନ୍ଦ୍ରାପଡା : ବିଜେପି ଦଳ ପକ୍ଷରୁ ଆଳି ନିର୍ବାଚନ ମଣ୍ଡଳୀରୁ ଆଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦୋଳଗୋବିନ୍ଦ ନାୟକଙ୍କ ନାମ ଘୋଷଣା କରାଯାଇଛି । ଏହି ଖବର ଜଣାପଡ଼ିବା ପରେ ଶ୍ରୀ ନାୟକ ବାସଭବନରେ ଦଳର ପୁରୁଖା କର୍ମୀ ଏବଂ ଶୁଭେଚ୍ଛୁ ମାନଙ୍କ ସୁଅ ଛୁଟିଛି । ପୁରୁଖା କର୍ମୀମାନେ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି । ରାଜକନିକା ଏବଂ ଆଳିରୁ ବହୁ ଦଳୀୟ କର୍ମୀ ଶ୍ରୀ ନାୟକଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି । ରାଜକନିକା ସଦର ସଭାପତି କର୍ଣ୍ଣରାଜ ବାରିକ, ପୂର୍ବ କନିକା ସଭାପତି ସହଦେବ ରାଉତ,ପଶ୍ଛିମ କନିକା ସଭାପତି କାର୍ତ୍ତିକ ଚନ୍ଦ୍ର ଦାଶ, ବରିଷ୍ଠ ନାରିନେତ୍ରୀ ଜିତା ଦାସ, ସରପଂଚ ହୃଦାନନ୍ଦ ନାୟକଙ୍କ ସହିତ ଅନ୍ୟ ଦଳରୁ ବହୁ ପୁରୁଖା କର୍ମୀମାନେ ଶ୍ରୀ ନାୟକଙ୍କୁ ସ୍ୱାଗତ କରିଛନ୍ତି । ଆଳି ବ୍ଲକର ବହୁ କର୍ମକର୍ତ୍ତାମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଟିକେଟ ଘୋଷଣା ପରେ ଶ୍ରୀ ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରିୟ ସଭାପତି ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସମେତ ଜିଲା ସଭାପତି ଦୁର୍ଯ୍ୟୋଧନ ସାହୁ ଏବଂ ବରିଷ୍ଠ ନେତା ଭୁବନମୋହନ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦୀର୍ଘ ଦିନ ଧରି ତାଙ୍କୁ ପ୍ରାର୍ଥୀତ୍ୱରୁ ବଂଚିିତ କରାଯାଉଥିଲା । ହେଲେ ଏବେ ସେ ସମୟ ସରିଛି । ବିଜେପି ଆସ୍ଥା ପ୍ରକଟ କରିଛି । ଆଳି କନିକା ଅଂଚଳର ଲୋକମାନଙ୍କର ସେବା କରିବା ପାଇଁ ଜୀବନର ଶେଷ ସୁଯୋଗ ମିଳିଛି ।

ଏଥିରେ ଅଂଚଳବାସୀ ନିଶ୍ଚୟ ସହଯୋଗର ହାତବଢ଼ାଇବା ନେଇ ଶ୍ରୀ ନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପ୍ରକାଶଥାଉକି ଶ୍ରୀ ନାୟକ ଆଳିରୁ ୧୯୮୫ ଓ ୯୫ ରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଦୁଇ ଥର ଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ରହିଥିବା ଦୋଳଗୋବିନ୍ଦ ନିଜ ଅଞ୍ଚଳର ଉନ୍ନୟନ କାର୍ଯ୍ୟ କରିବାରେ ଖୁବ ଲୋକପ୍ରିୟ ରହିଛନ୍ତି ।

error: Thank You Keep Visiting