ପାରାଦ୍ୱୀପରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ସମ୍ପଦ ସ୍ୱାଇଁଙ୍କ ନାମ ଘୋଷଣା

Straight to the Point

ପାରାଦ୍ୱୀପ: ପାରାଦ୍ୱୀପ ପୂର୍ବଭାରତର ପ୍ରବେଶ ପଥ ଭାବେ ପରିଚିତ ଥିଲାବେଳେ ଏହା ଏକ ଗୁରୁତତ୍ୱପୂର୍ଣ୍ଣ ଓ ମହତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ, ବିଳମ୍ବ ସତ୍ତେ୍ୱ ଭାରତୀୟ ଜନତା ପାର୍ଟିର କେନ୍ଦ୍ର ଓ ରାଜ୍ୟ ସ୍ତରୀୟ ବିଚାରକଙ୍କ ଦ୍ୱାରା ସମସ୍ତ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ନାମ ପୂର୍ବରୁ ସର୍ବପ୍ରଥମେ ସ୍ଥାନୀୟ ଜୁବନେତା ସମ୍ପଦ ସ୍ୱାଇଁଙ୍କ ନାମ ଘୋଷଣା କରିଛି । ତୃଣମୂଳ ସ୍ତରରେ ନିଜର ସଙ୍ଗଠନ ଆମୟିକ ବ୍ୟବହାର ବିଚାର ଧାରାକୁ ପାଥେୟ କରି ଏବଂ ଦୀର୍ଘ ୫ବର୍ଷ ଧରି ଦଳୀୟ ସଙ୍ଗଠନକୁ ନିଜର କର୍ମ ଭୂମୀ ଭାବେ ମନେ କରିଥିବା ଭଲ ଶିକ୍ଷିତ ସମ୍ପଦ ସ୍ୱାଇଁଙ୍କୁ ଦଳ ପାର୍ଥୀ ଭାବେ ମୋହର ମାରିଛି, ବିଜେପି ପାର୍ଥୀତ୍ୱ ଭାବେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ସମ୍ପଦ ସ୍ୱାଇଁଙ୍କ ନାମ ଘୋଷଣା ହେଲା ପରେ ସ୍ଥାନୀୟ ଅଞ୍ଚଳ ଓ ପାରାଦ୍ୱୀପସ୍ଥ ଜିରୋପଏଣ୍ଟ ଦଳୀୟ କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀ, ମହିଳା ସଙ୍ଗଠନ ନେତ୍ରୀଙ୍କ ସମେତ ପାରାଦ୍ୱୀପ, କୁଜଙ୍ଗ, ତିର୍ତ୍ତୋଲର ବହୁ ବିଜେପି ସଦସ୍ୟ ଓ ମଣ୍ଡଳ ଅଧିକାରୀ ଉପସ୍ଥିତ ହୋଇ ସମ୍ପଦଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଫୁଲତୋଡା ଦେଇ ମିଷ୍ଠାର୍ଣ୍ଣ ବଣ୍ଟନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଶ୍ରୀ ସାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହା, ବିଜେପି ଓଡିଶା ପ୍ରଦେଶ ସଭାପତି ବସନ୍ତ ପଣ୍ଡା, ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଭଳି ଚୟନ ପ୍ରକିୟା ପାଇଁ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଠାରେ ସୂଚନା ଥାଉକି, ସାଂପ୍ରତିକ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଏପର୍ଯ୍ୟନ୍ତ ବିଜେଡି କିମ୍ବା କଂଗ୍ରେସ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ଏଠାରେ ବିଜେପି ପ୍ରାର୍ଥୀ ତାଙ୍କ ଏହି ନିର୍ବାଚନରେ ବିଜୟ ଲାଭ କରିବା ପାଇଁ ବିଜେପିର ପୁରାତନ କର୍ମୀ ଓ ନୂତନ କର୍ମୀଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି ସାଧାରଣରେ ଚର୍ଚ୍ଚା ।

error: Thank You Keep Visiting