ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଡଃ ସମ୍ଭିତ୍ ପାତ୍ରଙ୍କ ପ୍ରାର୍ଥୀ ପତ୍ର ଦାଖଲ

An Independent Media

ପୁରୀ: ପ୍ରାର୍ଥୀପତ୍ର ଦାଖଲ ର ଦ୍ୱିତୀୟ ଦିବସରେ ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଡଃ ସମ୍ଭିତ୍ ପାତ୍ର ତାଙ୍କର ମନନୋୟନ ପତ୍ର ମୁଖ୍ୟ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଙ୍କ ନିକଟରେ ଦାଖଲ କରିଛନ୍ତି । ସେହିପରି ସତ୍ୟବାଦୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଏବଂ ପିପିଲି ବିଧାନସଭା ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଆର୍ଶ୍ରୀତ ପଟ୍ଟନାୟକ ,ଅତିରିକ୍ତ ଜିଲ୍ଳାପାଳ ଙ୍କ ନିକଟରେ ତାଙ୍କର ମନୋନୟନ ପତ୍ର ଦାଖଲ କରିଛନ୍ତି ।

ପୁର୍ବାହ୍ନରେ ବିଜେପି ଲୋକସଭା ପ୍ରାର୍ଥୀ ସମ୍ଭିତ୍ ପାତ୍ର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶରଧାବାଲି ରୁ ଶୋଭାଯାତ୍ରାରେ ବାହାରିଥିଲେ ।ଶୋଭାଯାତ୍ରା ବଡଦାଣ୍ଡଦେଇ କଚେରୀ ନିକଟରେ ପହଚିଂବା ପରେ ଶ୍ରୀ ପାତ୍ର ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ନିକଟରେ ମନୋନୟନ ପତ୍ର ଦାକଲ କରିଥିଲେ ।ସେହିଭଳି ସତ୍ୟବାଦୀ ର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଏବଂ ପିପିଲି ର ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିଜର ସମର୍ଥକଙ୍କ ସହ ଆସି ଅତିରିକ୍ତ ଜିଲ୍ଳାପାଳ ଙ୍କ ନିକଟରେ ୪ ସେଟ୍ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସତ୍ୟବାଦୀ ଓ ପିପିଲି ର ବିଭିନ୍ନ ସମସ୍ୟା କୁ ନେଇ ନିର୍ବାଚନରେ ଭାଗ ନେଇଥିବା ୨ ପ୍ରାର୍ଥୀ କହିଛନ୍ତି ।

error: Thank You Keep Visiting