ଭୁବନେଶ୍ୱର ମଧ୍ୟରେ ଅନନ୍ତଙ୍କ ମାରାଥନ ପ୍ରଚାର

Straight to the Point

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ଉଷ୍ମତା ଦେଖାଦେଇଛି । ଏଠାରୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କର ଭବ୍ୟ ପ୍ରଚାରରୁ ଏହା ସ୍ପଷ୍ଟ ରୂପେ ଅନୁଭବ କରି ହେଉଥିଲା । ସଜା ହୋଇଥିବା ଏକ ଖୋଲା ଜିପ୍ରେ ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ୱାର୍ଡ଼ର ପୂର୍ବତନ କର୍ପୋରେଟମାନଙ୍କ ଗହଣରେ ବିରାଟ ବାଇକ୍ ରାଲିରେ ଅନନ୍ତ ଯାଇ, ୟୁନିଟ୍-୮ର ବିଭିନ୍ନ ଅଂଚଳ ଓ ନୂଆପଲ୍ଲୀର ନୂଆସାହି, ବେହେରାସାହି ଓ ଅନ୍ୟାନ୍ୟ ଗଳିମାନଙ୍କରେ ବୁଲି ବୁଲି ଭୋଟ ଭିକ୍ଷା କରୁଥିଲେ । ରାସ୍ତାର ଦୁଇପାଶ୍ୱର୍ରେ ତାଙ୍କ ପ୍ରଶଂସକ ଓ ସମର୍ଥକମାନେ ତାଙ୍କୁ ଫୁଲହାର ଓ ଫୁଲତୋଡ଼ାମାନ ପ୍ରଦାନ କରି ସ୍ୱାଗତ କରିଥିଲେ । ଭୋଟରମାନଙ୍କୁ ସେ ଭୋଟ ମାଗି ତାଙ୍କୁ ବିପୁଳ ବ୍ୟବଧାନରେ ଜିତାଇବାକୁ ନିବେଦନ କରିଥିଲେ । ପୂର୍ବତନ କର୍ପୋରେଟର ଶେଖ୍ ନିଜାମୁଦ୍ଦିନ, ନିହାର ରଞ୍ଜନ ସାହୁ, ପ୍ରତିଭା ସାମନ୍ତରାୟ, ନବ ବେହେରା ଓ ନିଖିଲ ବଳବନ୍ତରାୟ ପ୍ରମୁଖ ଏହି ପଟୁଆରରେ ନିଜର ସହକର୍ମୀମାନଙ୍କ ସହ ଯୋଗଦେଇ ଅନନ୍ତଙ୍କୁ ବିପୁଳ ବ୍ୟବଧାନରେ ଜିତାଇବା ପାଇଁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।