ଡ଼ିଗ୍ରୀ ନଥାଇ ନିଜକୁ ପ୍ରଫେସର ବୋଲାଉଛନ୍ତି ପ୍ରାର୍ଥୀ

Straight to the Point

ଶିକ୍ଷାଗତ ଯୋଗ୍ୟତା ଏମ୍.ସି.ଏ(ମାଷ୍ଟର ଇନ୍ କମ୍ପ୍ୟୁଟର ଆପ୍ଲିକେସନ) ଉତ୍କଳ ୟୁନିଭରସିଟିରେ ଯୋଗ୍ୟତା ହାସଲ କରି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରୁଥିବା ନାମାଙ୍କନ ପତ୍ରରେ ଦର୍ଶାଇଥିବାବେଳେ ବେଳେ ଶ୍ରୀଯୁକ୍ତ ଭୋଇ ନିର୍ବାଚନୀ ପ୍ରଚାର, ହୋଡ଼ିଂ, ଫ୍ଲେକ୍ସ ସମେତ ବିଭିନ୍ନ ସ୍ଥାନରେ ନିଜର ନାମ ପୂର୍ବରୁ ପ୍ରଫେସର ଉପାଧି ଲଗାଇଥିବାରୁ ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଚାଲିଛି ଘଣ୍ଟାଚକଟା । ଯଦିଓ ସେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ରାଜନିତୀ କ୍ଷେତ୍ରରେ ତାଙ୍କର ଦକ୍ଷତା ଖୁବ୍ ଭଲ ଅଛି ତେବେ ବିଜେପିର ଗୋଷ୍ଠୀ କନ୍ଦଳ ଥିବାରୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ତାଙ୍କ ପ୍ରତି ସମର୍ଥନ କମୁଥିବା ଦେଖିବାକୁ ମିଳିଛି । ଶ୍ରୀଯୁକ୍ତ ଭୋଇ କେତେକ ଅଣ ସଂଗଠିତ କର୍ମୀମାନଙ୍କୁ ନେଇ ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରୁଥିବାବେଳେ ସେ ଦଳ ପାଇଁ କାମ କରୁନାହାନ୍ତି ନିଜର ଧନସମ୍ପତ୍ତି ବଢ଼ାଇବାରେ ଲାଗିଥିବା ଭାରତୀୟ ଜନତା ପାଟିର କର୍ମକର୍ତ୍ତାମାନେ ଚାରିଆଡ଼େ କହିବୁଲୁଛନ୍ତି । ଗତ ୨୦୧୪ ସାଧାରଣ ନିର୍ବାଚନରେ ୧୪ ହଜାର ୫୧୨ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିବା ବିଜେପି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଚଳିତ ନିର୍ବାଚନରେ ପୁଣି ଟିକେଟ୍ ହାତେଇ ନେଇଛନ୍ତି । ତିର୍ତ୍ତୋଲରେ ବିଜେଡ଼ି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀଭାବେ ବରିଷ୍ଠ ତଥା ୫ ଥର ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ କାର୍ଯ୍ୟ କରିଥିବା ବିଷ୍ଣୁ ଦାସଙ୍କୁ ଟିକେଟ୍ ଦିଆଯାଇଛି । ବିଷ୍ଣୁ ଦାସ ଜଣେ ଦକ୍ଷ ବରିଷ୍ଠ ରାଜନେତା ହୋଇଥିବାବେଳେ ତାଙ୍କର ଏହି ନିର୍ବାଚନ ମଣ୍ଡଳୀରେ ବହୁ ସମର୍ଥକ ଥିବା ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରତି ସମର୍ଥନ କମୁଥିବାବେଳେ ସାଧାରଣ ଭୋଟର ବିଜେଡ଼ି ପ୍ରତି ଆକୃଷ୍ଟ ହେଉଥିବା ଗାଁ ଗହଳିରେ ଆଲୋଚନା ଚାଲିଛି । ଯାହାଫଳରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେପି ରୋଗର ପ୍ରତିକାର ନକରି ଔଷଧ ବଦଳରେ ତାଟିଆ କାମୁଡ଼ୁଥିବା ହାଟବଜାରରେ ରାଜନୈତିକ ସମିକ୍ଷକ ମାନେ ଆଲୋଚନା କରୁଛନ୍ତି । ବିଜେଡ଼ିର ସ୍ୱଂସହାୟ ଗୋଷ୍ଠୀ ଦ୍ୱାରା ମହିଳାଙ୍କ ପାଇଁ ମିଶନ ଶକ୍ତି ଯୋଜନା, ମମତା ଯୋଜନା, ହରିଶ୍ଚନ୍ଦ୍ର ଯୋଜନା, ଖୁସି ଯୋଜନା, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପାଖରେ ବିଜେପିର ସମସ୍ତ ଯୋଜନା ପଡ଼ିଛି ଫିକାବୋଲି ବିଭିନ୍ନ ଗାଁଗହଳୀରେ ଚାଲିଛି ଆଲୋଚନା । ମୁଖ୍ୟତ ତିର୍ତ୍ତୋଲ ଅଞ୍ଚଳରେ ବିଧାୟକ ପ୍ରାର୍ଥୀ ରମାକାନ୍ତଙ୍କୁ ଘୋର ବିରୋଧ କରାଯାଉଥିବାବେଳେ ପ୍ରଚାର ଓ ପ୍ରସାରରେ ଅସୁବିଧା ଦେଖାଦେଇଛି । ଦଳୀୟ ପାଣ୍ଠିରୁ ଆସୁଥିବା ଅର୍ଥର ହିସାବ ମାଗୁଛି ଟିଏ ତାଙ୍କ ନିକଟରୁ ତଡ଼ିପାର ହେଉଛି ସିଏ । ବିଧାୟକ ପ୍ରାର୍ଥୀ ତାଙ୍କ ପାଖ ପୁରାଇ ଦେଉନଥିବାରୁ କର୍ମୀ ପଡ଼ିଛନ୍ତି ହରଡ଼ଘଣାରେ ।

error: Thank You Keep Visiting