କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରତିମା ମଲ୍ଲିକ ଓ ବିଧାୟକ ପ୍ରାର୍ଥୀ ଦେବୀପ୍ରସାଦ ମଲ୍ଲିକଙ୍କ ବିଶାଳ ଶୋଭାଯାତ୍ରା

Straight to the Point

ଜଗତସିଂହପୁର: ରଘୁନାଥପୁର ବ୍ଲକରେ ଆଜି ଜଗତସିଂହପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ ଏବଂ ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବୀପ୍ରସାଦ ମଲ୍ଲିକ ବିଶାଳ ବାଇକ ରାଲିରେ ଭୋଟ ଭିକ୍ଷା କରିଥିଲେ । ରଘୁନାଥପୁର ବ୍ଲକର ନୂଆ ଦାରୁ ଏହି କଂଗ୍ରେସ ଶୋଭାଯାତ୍ରା ବାହାରି ଜୟଶୋଳ ତରିକୁନ୍ଦ , ରଣହତା , ବରାଗୋଳ , ପଣ୍ଡିଆ ସାହି , ତିଅଡା , ଗୋଠିଣା , ବିରାଡି କଟକ , କୁଆମଙ୍ଗା , ଚାନ୍ଦପୁର , ରଘୁନାଥପୁର ବଜାର , ଜଗନ୍ନାଥପୁର ବଜାର , କନ୍ଦରାପାଟୀ , ବସନ୍ତା , ଜଗନ୍ନାଥ ତୋଳା , ଘାଡକୂଳ , ପଣ୍ଡୁଆ କୋରକୋରା , ପୁରଣ ଓଡପଡା , କୁଳସାହି , ବର୍ତ୍ତୀ , ତାରପୁର ବାଇପାସ ,ଦେଇ ତାରପୁର ନାରାୟଣୀ ପୀଠରେ ପହଂଚିଥିଲା । ଏଥିରେ ୨ନଂ ଜୋନର କଂଗ୍ରେସ ସଭାପତି ସର୍ବେଶ୍ୱର ପଣ୍ଡା , ଡ.ବାଦଲ ମଲ୍ଲିକ , ପ୍ରଶାନ୍ତ କୁମାର ଦାସ , ଦୁଯୋର୍ଧନ ରାଉତ , ସୁନିଲ ଜେନା , ନିମାଇଁ ଦାସ , ଆର୍ତତାରଣ ପଣ୍ଡା , ପବିତ୍ର କୁମାର ନାୟକ , ବନମାଳି ମହାରଣା , ସୋମନାଥ ପଣ୍ଡା , ଦୀପକ ମଲ୍ଲିକ , ପ୍ରଭାସ ପଣ୍ଡା , ଶରତ ବାରିକ , ଦେବବତ୍ର ତ୍ରିପାଠୀ , ବାବୁନି ବାବା , ବିଜୟ ସ୍ୱାଇଁ , ମନମୋହନ ଗୋଛାୟତ , ବିନ୍ଦୁସାଗର ମହାପାତ୍ର ପ୍ରମୁଖ ଯୋଗଦେଇ ବୁଥ ସ୍ତରରେ ଦଳର ସଂଗଠନକୁ ମଜବୁତ କରିବାପାଇଁ କଂଗ୍ରେସ କର୍ମୀ ଏକଜୁଟ ହୋଇ କାର୍ଯ୍ୟକରିବା ସହିତ ବିଜେଡି ଓ ବିଜେପି ସରକାରଙ୍କର ଦୁର୍ନୀତି ଅପାରଗତା ଭ୍ରଷ୍ଟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ଆହ୍ୱାନ କରିଥିଲେ ଏବଂ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ସରକାର ଆସିଲେ ପ୍ରଥମେ କୃଷିଋଣ ଛାଡ କରାଯିବା ସହିତ ଧାନର ମୂଲ୍ୟବୃଦ୍ଧି ଓ ଗରିବ ପରିବାରଙ୍କୁ ସ୍ୱାବଲମ୍ବୀ କରାଯିବ ବୋଲି ଶ୍ରୀ ବେହେରା କହିଥିଲେ । ଏଥିରେ ଜଗତସିଂହପୁର ଲୋକସଭାର କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରତିମା ମଲ୍ଲିକ ଯୋଗଦେଇ ପ୍ରତ୍ୟେକ କଂଗ୍ରେସ କର୍ମୀ ଏକ ମନ ନେଇ ବିଜେଡି ବିଜେପିର ଅପାରଗତା ବିରୁଦ୍ଧରେ ସଂଗ୍ରାମ କରିବା ସହିତ ଲୋକମାନଙ୍କ ଆସ୍ତାଭାଜନ ହେବାକୁ ଆହ୍ୱାନ ଦେବା ସହିତ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ହିଁ ସ୍ଥିର ସରକାର ଦେଇପାରିବ ବୋଲି କହିଥିଲେ । ଏଥିରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦେବୀପ୍ରସାଦ ମଲ୍ଲିକ ଯୋଗଦେଇ କୃଷି , କୃଷକ ଓ କୃଷି ଜାତି ସାମଗ୍ରୀର ସୁରକ୍ଷା ପାଇଁ ଶୀତଳ ଭଣ୍ଡାର କରାଯିବା ସହିତ ଗରିବ ଲୋକମାନଙ୍କୁ ଆକାଉଣ୍ଟକୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ ।

error: Thank You Keep Visiting