ବଡ଼ଚଣା ବିଜେପିର ରୋଡ଼ ସୋ,ଯୋଗ ଦେଲେ ସମ୍ବିତ ପାତ୍ର
ବାଲିଚନ୍ଦ୍ରପୁର: ବଡ଼ଚଣା ବିଜେପି ୨୦ନଂ ଜୋନ୍ ଓଳାଶୁଣୀ ମଣ୍ଡଳ ଅନ୍ତର୍ଗତ ପଲାଇ, ବରଦା, ବିକ୍ରମତିରଣ, ବାଲିପଡ଼ିଆ, ଭରତପୁର ଆଦି ପାଞ୍ଚ ଗୋଟି ପଞ୍ଚାୟତର ଏକ ବିଶାଳ ବାଇକ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଯୋଗ ଦେଇ ରାଜ୍ୟ ସରକାରଙ୍କ ଅନ୍ୟାୟ ଅନିତି ରେ ସୀମା ପାର କରି ସାରିଲେଣି ଏବଂ ରାଜ୍ୟ ତଥା ବଡ଼ଚଣାରେ ପରିବର୍ତ୍ତନର ମାହୋଲ ସୃଷ୍ଟି ହୋଇଛି । ଏହି ସ୍ରୋତରେ ସାମିଲ ହୋଇ ବଡ଼ଚଣା ବିଧାନସଭା ଭାଜପା ପ୍ରାର୍ଥୀ ଅମର ନାୟକଙ୍କୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ବିଜୟୀ କରିବାକୁ ଶ୍ରୀ ପାତ୍ର ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ଅମର ନାୟକ, ଜ୍ଞାନରଞ୍ଜନ ସାହୁ, ଯୋଶୋଦୀପ୍ତ ସାମଲ, ଦମୟନ୍ତୀ ସାମଲ, ଉର୍ମିଳା ଶାନ୍ତି, ରମାକାନ୍ତ ରାଉତ, ରବିନ୍ଦ୍ର ଶାନ୍ତି, ନିରଞ୍ଜନ ମହାନ୍ତି, ଚନ୍ଦ୍ରକାନ୍ତ ପ୍ରଧାନ, ରାଇଚରଣ ସେଠୀ, ସରପଞ୍ଚ ସର୍ମିଷ୍ଠା ଦେହୁରୀ, ପ୍ରଦୀପ୍ତ ସାମଲ, ସୁମନ୍ତ ସାମଲ, ଉକ୍ରଳ କେଶରୀ ସାମଲ ପ୍ରମୁଖଙ୍କ ସମେତ ହଜାର ହଜାର ସଂଖ୍ୟାରେ କର୍ମ କର୍ତ୍ତା ଯୋଗ ଦେଇଥିଲେ । ପଲାଇ ବାରବାଟୀ ଯଜ୍ଞ ପଡ଼ିଆରୁ ଉକ୍ତ ଶୋଭା ଯାତ୍ରାଟି ବାହାରି ଶୁଖୁଆପଡ଼ା, କଟିକଟା, ବିକ୍ରମତିରଣ, ସୁନାପାଳ, ତିଗିରିଆ, ବାଲିପଡ଼ିଆ, ବରଦା, ମହାକାଳପଡ଼ା, ଭରତପୁର ଅତିକ୍ରମ କରି ପଞ୍ଚୁପାଣ୍ଡବ ଛକ ଦେଇ ଜାତୀୟ ରାଜପଥରେ ଆସି ବନ୍ଦରେଶ୍ୱର ନଙ୍ଗୁଳି ମଠରେ ଶେଷ ହୋଇଥିଲା । ଏହି ଶୋଭାଯାତ୍ରାକୁ ଶରତ ନାୟକ, କାବୁଲି ମଳିକ, ଅନିରୁଦ୍ଧ ନାୟକ, ଡାଙ୍ଗୁ ମଳିକ ପ୍ରମୁଖ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ସେହିପରି ଦଳ ପକ୍ଷରୁ ଅଚ୍ୟୁତବସନ୍ତ ପଞ୍ଚାୟତରେ ମଧ୍ୟ ଏକ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା ।