ରଘୁନାଥପୁର ବ୍ଲକରେ ବିଜେଡିର ବିଶାଳ ରୋଡ ସୋ;ବିଷ୍ଣୁଙ୍କ ପାଇଁ ପ୍ରଚାର ଜୋରଦାର

An Independent Media

ଜଗତସିଂହପୁର: ଆଜି ନିର୍ବାଚନ ପ୍ରଚାରର ଶେଷ ଦିବସରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକରେ ବିଜେଡିର ବିଶାଳ ରୋଡ୍ ସୋରେ ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ପାଇଁ ହଜାର ହଜାର କର୍ମୀ ଓ ନେତା ଜୋରଦାର ପ୍ରଚାର କରିଥିଲେ । ରଘୁନାଥପୁର ସରପଂଚ ପ୍ରମୋଦ କୁମାର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଶାଳ ରୋଡ ସୋ ଅଯୋଧ୍ୟାପୁର ହନୁମାନ ମନ୍ଦିର ନିିକଟରୁ ବାହାରି ହୁରାସାହି, ନାରାୟଣ ଛକ, ନୂଆବଜାର, ହାଟବଜାର, ରଘୁନାଥପୁର ବଜାର, ରଘୁନାଥପୁର ସାନବଜାର, ସୁଦ୍ଧାଭୁମି, ଚାନ୍ଦପୁର, କୁଆମଙ୍ଗା, ବିଲସାହି, ହାଟବଜାର, ବାମ୍ଫିତୋଳା, ବଡଦାଣ୍ଡ, ରଙ୍ଗବଜାର, ରଇପଡା, ଘାଟକୂଳ, ପଦ୍ମପୁର, ପଣ୍ଡୁଆ, କୋରକେରା ଆଦି ଅଂଚଳ ପରିକ୍ରମା କରିଥିଲେ । ଏହି ବିଶାଳ ରୋଡ ସୋରେ ୨ହଜାରରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷମାନେ ଭାଗ ନେଇଥିଲେ । ଏଥିରେ ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ସରୋଜକାନ୍ତ ସ୍ୱାଇଁ ଯୋଗଦେଇ ବିଜେଡିର ବରିଷ୍ଠ ନେତା ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏଥିରେ ପୂର୍ବତନ ସରପଂଚ ନିର୍ମଳ ଚନ୍ଦ୍ର ଦାସ,ବିଜେଡି ଯୁବନେତା ହେମନ୍ତ କୁମାର ସାହୁ,ରଂଜନ କୁମାର ରାଉତ, ଗଣେଷଚନ୍ଦ୍ର ଓଝା,ଅଭୟ କୁମାର ସ୍ୱାଇଁ,ଶରତ ଚନ୍ଦ୍ର ଜେନା,ଲକ୍ଷ୍ମିଧର ବେହେରା,ପୂର୍ବତନ ସମିତିସଭ୍ୟ ସଂଜୟ କୁମାର ବିଶ୍ୱାଳ, ଗୌରୀଶଙ୍କର ସ୍ୱାଇଁ, ସୁବାସ ଦାସ, ସୁମନ୍ତ ପ୍ରଧାନ, ଲିନା ନାୟକ, ସୁଚିତ୍ର ରାଉତ,ସସ୍ମିତା ସ୍ୱାଇଁ, ଅନୂସୟା ରାଉତ, ଜ୍ୟୋସ୍ନା ମହାନ୍ତି, ମମତା ବିଶ୍ୱାଳ, ସୁଚିତ୍ରା ମହାନ୍ତି, ଅମିତବାଳା ସାହୁ, ସୁଭାସିନି ନାୟକ, କବିତା ନାୟକ, ମାନସି ରାଉତ, ମାଳତୀ ମହାନ୍ତି, ସମିତା ମହାନ୍ତି, କାଂଚନବାଳା ବରାଳ, କାମିନୀ ମହାନ୍ତି,ଉର୍ମିଳା ସାହାଣି, ଭାରତୀ ସାହା,ସେଫାଳି ତା,ସଶ୍ମିତା ଜେନା,କୁନି ଜେନା,ରଂଜିତା ବାରିକ,ବନିତା ସାମଲ,ଝିଲି ସାହାଣି,ଜ୍ୟୋସ୍ନାରାଣୀ ରାଉତ,ବନଲତା ବାରିକ,ମୀନତି ମହାନ୍ତି,ପାର୍ବତୀ ନାୟକ,ଶକୁନ୍ତଳା ମହାନ୍ତି,ରିତା ରାଉତ,ରଙ୍ଗବତୀ ପ୍ରଧାନ,ଶାନ୍ତିଲତା ବାରିକ,ସୁଜାତା ପ୍ରଧାନ ପ୍ରମୁଖ ଏହି ବିଶାଳ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଏହି ଶୋଭାଯାତ୍ରାରେ କର୍ମୀମାନେ ନବୀନ ପଟ୍ଟନାୟକ ଜିନ୍ଦବାଦ ଓ ବିଷ୍ଣୁ ଦାସ ଜିନ୍ଦବାଦ ସ୍ଲୋଗାନରେ ଗଗନ ପବନ ପ୍ରକମ୍ପିତ କରିଥିଲେ ।

error: Thank You Keep Visiting