କଳାଧନ ପ୍ରସଙ୍ଗ;ବିରୋଧୀଙ୍କ ସମାଲୋଚନା

Straight to the Point

ଅରୁଣ ଜେଟ୍‍ଲୀ:

ଭାରତୀୟମାନେ ବିଭିନ୍ନ ଉଦ୍ଦେଶ୍ୟରେ ବିଦେଶୀ ବ୍ୟାଙ୍କରେ ଜମା ରଖୁଛନ୍ତି। ସିବିଡିଟିର ତଦନ୍ତରୁ ମଧ୍ୟ ଏହା ଜଣାପଡ଼ିଛି। ବହୁ ପ୍ରବାସୀ ଭାରତୀୟ ଓ ବିଦେଶରେ ରହୁଥିବା ଭାରତୀୟମାନେ ଟଙ୍କା ସ୍ଥାନାନ୍ତର ଆଇନ୍‍ ଅନୁଯାୟୀ ବିଦେଶୀ ବ୍ୟାଙ୍କରେ ଟଙ୍କା ଜମା ରଖୁଛନ୍ତି। ତେଣୁ ତାହାକୁ ଅବୈଧ କୁହାଯାଇପାରିବ ନାହିଁ।

 

ମମତା ବାନାର୍ଜୀ:

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ କ୍ଷତିରେ ଚାଲୁଥିବା ବେଳେ ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ବଢ଼ିଲା କେମିିତି? ୨୦୧୭ ଜୁଲାଇ ୧ ତାରିଖରେ ଆଇସିଏଆଇର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ କଳାଟଙ୍କା ଜମା ପରିମାଣ ୪୫% ହ୍ରାସ ପାଇଛି। କିନ୍ତୁ ଏବେ ଜମା ରାଶି ୫୦% ବଢ଼ିଥିବା ଜଣାପଡ଼ିଛି।

 

ସୀତାରାମ ୟେଚୁରୀ:

ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ କଳାଟଙ୍କା ଜମା ପରିମାଣ ବୃଦ୍ଧି ପାଇଛି। ଅପରପକ୍ଷରେ କେନ୍ଦ୍ର ସରକାର ବହୁ ଶିଳ୍ପପତିଙ୍କ କୋଟି କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି। ସାଧାରଣ ଜନତାଙ୍କ କୋଟି କୋଟି ଟଙ୍କା ଠକି ନେଇଥିବା ଶିଳ୍ପପତିଙ୍କୁ ଦେଶ ବାହାରକୁ ଚାଲିଯିବାରେ ମୋଦି ସରକାର ସହାୟତା କରିଛନ୍ତି।

 

ଆରପିଏନ୍‍ ସିଂହ:

ଡ. ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ବିଦେଶରେ କଳାଧନ ଜମା ପରିମାଣ ହ୍ରାସ ପାଇଥିଲା। କିନ୍ତୁ ୨୦୦୪ ପରଠାରୁ ଏଥିରେ ୫୦.୨% ବୃଦ୍ଧି ଘଟିଛି। ଦେଶରୁ ଦୁର୍ନୀତି ଲୋପ କରିବା ଓ କଳାଧନ ଫେରାଇ ଆଣିବା ପାଇଁ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା?

 

ରାହୁଲ୍‍ ଗାନ୍ଧି:

୨୦୧୪ରେ ମୋଦି କହିଥିଲେ ବିଦେଶର ବିଭିନ୍ନ ବ୍ୟାଙ୍କରେ ଗଚ୍ଛିତ ସମସ୍ତ କଳାଟଙ୍କା ଭାରତ ଫେରାଇ ଅଣାଯିବ। ପ୍ରତି ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରାଯିବ। ୨୦୧୬ରେ ପୁଣି ମୋଦି କହିଲେ ବିମୁଦ୍ରାକରଣ ଦେଶର କଳାଟଙ୍କା କାରବାରକୁ ରୋକିବ। ୨୦୧୮ରେ କହୁଛନ୍ତି ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟମାନେ ଜମା କରିଥିବା ଟଙ୍କା ଅନୈତିକ ନୁହେଁ।

 

ଚିଦମ୍ବରମ୍‍ ଦାୟୀ?

କଳାଟଙ୍କା ପ୍ରସଙ୍ଗରେ ଶ୍ରୀ ଗୋୟଲ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ଚିଦମ୍ବରମ୍‍ଙ୍କ ଉପରେ ଆରୋପ ଲଗାଇଛନ୍ତି। ଚିଦମ୍ବରମ୍‍ଙ୍କ ଅମଳରେ ଟଙ୍କା ପ୍ରେରଣ ନୀତି କୋହଳ ହୋଇଥିବାରୁ ବିଦେଶର ବିଭିନ୍ନ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ୪୦% ବୃଦ୍ଧି ପାଇଥିଲା ବୋଲି ପୀୟୂଷ ଗୋୟଲ କହିଛନ୍ତି।

error: Thank You Keep Visiting