କଂଗ୍ରେସ ହାତ ଧରିପାରେ ପିଡିପି!

Straight to the Point

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ସରକାର ଗଠନ ପାଇଁ ପୁଣିଥରେ ରାଜନୀତି ଜୋର ଧରିବାରେ ଲାଗିଛି। କଂଗ୍ରେସ ସହ ମିଶି ସରକାର ଗଠନ ପାଇଁ ପିଡିପି ପ୍ରୟାସ ଆରମ୍ଭ କରିଛି। ଏହି କ୍ରମରେ ସୋମବାର ନୂଆଦିଲ୍ଲୀଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ନେତା ଏବଂ ଜାମ୍ମୁ କାଶ୍ମୀର ରାଜନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା। ସରକାର ଗଠନ ପାଇଁ ଉଭୟ ଦଳର ଅନେତା ଆଲୋଚନା କରିଥିଲେ। ବୈଠକ ପରେ କଂଗ୍ରେସ ନେତା ଅମ୍ବିକା ସୋନି ରାଜ୍ୟରେ ଖୁବଶୀଘ୍ର ନିର୍ବାଚନ ଆୟୋଜନ କରିବାକୁ ଆମେ ଦାବି କରୁଛୁ ବୋଲି କହିଥିଲେ। ସେ କହିଥିଲେ ଯେ କଂଗ୍ରେସ ନେତାମାନେ ସୋମବାର ଜାମ୍ମୁ କାଶ୍ମୀର ପ୍ରାୟ ୧୦୦ ରାଜନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଜାମ୍ମୁ କାଶ୍ମୀରର ସାଂସଦ, ବିଧାୟକ, ପୂର୍ବତନ ବିଧାୟକ ଏବଂ ପୂର୍ବତନ ସାଂସଦଙ୍କ ସମେତ ଅନ୍ୟନେତାମାନେ ସାମିଲ ହୋଇଥିଲେ। ଏହି ବୈଠକରେ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ଅମ୍ବିକା ସୋନି, କର୍ଣ୍ଣ ସିଂହ, ପି. ଚିଦମ୍ବରମ ଏବଂ ଗୁଲାମ ନବୀ ଆଜାଦ ଉପସ୍ଥିତ ଥିଲେ। ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତି ଏବେ ନୂଆଦିଲ୍ଲୀରେ ଅଛନ୍ତି। ସେ ଖୁବଶୀଘ୍ର ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ପିଡିପି-କଂଗ୍ରେସ ମେଣ୍ଟରେ ସରକାର ଗଠନ ପାଇଁ ଉଭୟ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ମଙ୍ଗଳବାର ଜାମ୍ମୁ କାଶ୍ମୀରରେ କଂଗ୍ରେସ ବିଧାୟକ ଦଳର ବୈଠକ ହେବ। ଏହି ବୈଠକରେ ଏନେଇ ଆଲୋଚନା ହେବ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ଜାମ୍ମୁ କାଶ୍ମୀରରେ ସରକାର ଗଠନ ପାଇଁ ୪୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ। କଂଗ୍ରେସର ୧୨ ବିଧାୟକ ଥିବାବେଳେ ପିଡିପିର ୨୮ ବିଧାୟକ ଅଛନ୍ତି। ସରକାର ଗଠନ ପାଇଁ ଆଉ ୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ତେବେ ୩ ସ୍ୱାଧୀନ ବିଧାୟକ, ସିପିଆଇ(ଏମ୍‍) ଏବଂ ଜେକେଡିଏଫର ଗୋଟିଏ ଲେଖାଏଁ ବିଧାୟକଙ୍କୁ ମିଶାଇ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିହେବ ବୋଲି କଂଗ୍ରେସ ଏବଂ ପିଡିପି ଆଶା ବ୍ୟକ୍ତ କରିଛନ୍ତି। ସ୍ୱାଧୀନ ଏବଂ ସିପିଆଇ(ଏମ୍‍) ଏବଂ ଜେକେଡିଏଫ ନେତାମାନେ ସରକାର ଗଠନ ପାଇଁ ମତ ଦେଉଥିବାରୁ ସେମାନଙ୍କୁ ନିଜ ପଟକୁ ନେବା ସହଜ ହେବ ବୋଲି ପିଡିପି ଏବଂ କଂଗ୍ରେସ ନେତାମାନେ ବିଶ୍ୱାସ କରୁଛନ୍ତି।

error: Thank You Keep Visiting