ପାଟକୁରାରେ ଚଳିତ ନିର୍ବାଚନର ସବୁଠୁ ବଡ଼ ଲଢ଼େଇ ହେବାକୁ ଯାଉଛି

An Independent Media

ଭୁବନେଶ୍ୱର : ପାଟକୁରା ଆସନ ହାତେଇବା ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ରାଜନୈତିକ ଦଳଗୁଡ଼ିକ ଏବେ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ଯାଉଛନ୍ତି। ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଥିବା ବିଜୁ ଜନତା ଦଳ ଓ ବିଜେପି ଭିତରେ ବଳ କଷାକଷି ଆରମ୍ଭ ହୋଇଯାଇଛି। ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଏବେ ପ୍ରଚାରକୁ ଜୋରଦାର କରାଯାଇଛି। ସବୁ ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ସହିତ ଘରକୁ ଘର ଯାଇ ପ୍ରଚାର ଚାଲିଛି। ରାଜନୈତିକ ଦଳର କେତେକ ନେତା ଓ କର୍ମୀମାନେ ପ୍ରଚାର କାଳରେ କେତେକ ସ୍ଥାନରେ ଭୋଟରଙ୍କ ରୋଷର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଉଛି। ଅଧିକାଂଶ ଗ୍ରାମରେ ବିଜେଡ଼ି ମୁଖିଆଙ୍କ ପ୍ରତି ଜନସାଧାରଣଙ୍କ ଆସ୍ଥା, ବିଶ୍ବାସ ରହିଛି। ମାତ୍ର ବିଗତ ଦିନଗୁଡ଼ିକରେ ସ୍ଥାନୀୟ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟକ୍ରମ ଯେଉଁ ଅନୁପାତରେ ହେବା କଥା ତାହା ସମ୍ଭବ ହୋଇନଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି।

ବିଜେଡ଼ିର ସ୍ଥିତି କେତେକ ସ୍ଥାନରେ ଭଲ ଥିବା କୁହାଯାଉଥିବାବେଳେ ଗରଦପୁର ବ୍ଲକର ପ୍ରାୟ ସବୁ ପଞ୍ଚାୟତ ଏବଂ ମାର୍ଶାଘାଇ ବ୍ଲକର ୭ଟି ପଞ୍ଚାୟତରେ ବିଜେଡ଼ି ଓ ବିଜେପି ଭିତ​‌େ​‌ର କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ତେବେ ଗରଦପୁର ଓ ମାର୍ଶାଘାଇର ଅଧିକାଂଶ ପଞ୍ଚାୟତରେ ବିଜେଡ଼ିର ନେତା ଓ କର୍ମୀଙ୍କ ଭିତରେ ବିଭିନ୍ନ କାରଣକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପାଟକୁରାରେ ବିଜେପିର ହାୱା ଅପେକ୍ଷା ବିଜୟଙ୍କ ହାୱା ଅଧିକ ରହିଥିବା ଲକ୍ଷ୍ୟ କରାଯାଉଛି। ଦୀର୍ଘ ଦୁଇ ମାସ ଧରି ବିଜୟ ବିଭିନ୍ନ ପଞ୍ଚାୟତ ବୁଲି ଲୋକସମ୍ପର୍କ ମଜଭୁତ ସ୍ଥିତିକୁ ଆଣିବାକୁ ପ୍ରୟାସ କରିଛନ୍ତି।

ଆସନ୍ତା ୧୭ରେ ବିଜେଡ଼ି ସଭାପତି ପାଟକୁରା ନିର୍ବାଚନ ପ୍ରଚାରରେ ଯାଇ ବିଭିନ୍ନ ସଭାସମିତିରେ ଉଦବୋଧନ ଦେବା ସହିତ ବଡ଼ ଧରଣର ରୋଡ଼ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ବୁଦ୍ଧିଜୀବୀଙ୍କ ମତରେ ଏଠାରେ ନବୀନ ଓ ବିଜୟଙ୍କ ଭିତରେ ଲଢ଼େଇ ହେଉଛି ।

error: Thank You Keep Visiting