୧୭ ମାସର ବକେୟା ଦରମା ଓ ପୁନଃ ନିଯୁକ୍ତି ଦାବିରେ ସପରିବାରଙ୍କ ଗଣଧାରଣା

An Independent Media

ଭଦ୍ରକ: – ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ୍ ସାନକୃଷ୍ଣପୁର ପଂଚାୟତରେ ପ୍ରତିଷ୍ଠିତ ନବୋଦୟ ବିଦ୍ୟାଳୟରେ ୨୦୧୭ ମସିହାରୁ ଗେଟ୍ କିପର ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ୧୭ ମାସର ଦରମା ପ୍ରଦାନ ନକରି କାର୍ଯ୍ୟରୁ ବହିଷ୍କାର କରାଯିବା ପ୍ରତିବାଦରେ ସେମାନଙ୍କ ପରିବାର ଆଜି ପୁନଃ ନିଯୁକ୍ତି ଓ ବକେୟା ଦରମା ପ୍ରଦାନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ବହିଷ୍କୃତ ଗେଟ୍ କିପର ମହେଶ୍ୱର ଜେନା ଜିଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲା ଶ୍ରମ ଅଧିକାରୀଙ୍କ ନିକଟରେ ପ୍ରଦାନ କରିଥିବା ଅଭିଯୋଗ ପତ୍ର ମୂଳେ ନବୋଦୟ ବିଦ୍ୟାଳୟଟି ୨୦୧୭ ମସିହା ଆରମ୍ଭ ହେବା ସମୟରୁ ସେ ୭ ହଜାର ୫ ଶହ ଟଙ୍କା ଦରମରେ ଗେଟ୍ କିପର ଭାବେ କାର୍ଯ୍ୟ କରିଆସୁଥିଲେ ।

ତେବେ ତାଙ୍କର ୧୭ ମାସର ଦରମା ବାକିଥିବାବେଳେ ବିଦ୍ୟାଳୟର ପରିଚାଳକ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି ଏବଂ ତାଙ୍କ ବଦଳରେ ଅନ୍ୟ ଲୋକମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଯାହା ତାଙ୍କଭଳି ଜଣେ ଗରିବ ଲୋକର ଜୀବନ ଓ ଜୀବିକା ପ୍ରତି କୁଠାରଘାତ କରିଛି । କୌଣସି କାରଣ ନଥାଇ ତାଙ୍କୁ କାହିଁକି ବହିଷ୍କାର କରାଯାଇଛି ବୋଲି ପ୍ରଶ୍ନର ଉତ୍ତରରେ ସେ ତାଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଗେଟ୍ରୁ ଧକ୍କା ମାରି ବିଦା କରିଦେଇଥିଲେ ।

ଏ ସଂପର୍କରେ ସେ ଭଦ୍ରକ ଜିଲା ପୂର୍ବତନ ଶ୍ରମ ଅଧିକାରୀ ଓ ଜିଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଇଛି । ତେବେ ଜିଲାପାଳ ମୋତେ ସେହି ସ୍ଥାନରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇ ପଠାଇଥିଲେ ମଧ୍ୟ ତାହାକୁ ଉକ୍ତ ବିଦ୍ୟାଳୟର ପରିଚାଳକ ବେଖାତିର କରିଛନ୍ତି ।

ଏଣୁ ତାଙ୍କର ପୁନଃ ନିଯୁକ୍ତି ଓ ବକେୟା ଦରମା ଯୋଗାଇଦେବା ଦାବିରେ ସେ ଏହି ଗଣଧାରଣା ପୂର୍ବ ଘୋଷଣା ମତେ ଆରମ୍ଭ କରିଥିଲେ । ତେବେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହରାଞ୍ଚଳ ଥାନାଧିକାରିଣୀ ସରୋଜିନୀ ସିଂ ଗଣଧାରଣା ସ୍ଥଳକୁ ଆସି ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ତାହା ପ୍ରତ୍ୟାହୃତ ହୋଇଛି ।

error: Thank You Keep Visiting