ଧାମରା-ବାଂଶଡା ରାସ୍ତା ନିର୍ମାଣରେ ରାଜ୍ୟ ସରକାରଙ୍କ ଉଦାସୀନତା

An Independent Media

ଭଦ୍ରକ: – ଧାମରା- ବାଂଶଡା ରାସ୍ତା ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତ ଟେକି ଦେଇଥିବା ବେଳେ ଏଥି ପାଇଁ ଅଂଟା ଭିଡିଥିଲେ ଧାମରା ସରପଂଚ ଏବଂ ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି । ଦୀର୍ଘ ଦିନ ହେବ ଏହି ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଧାମରା ସରପଂଚ ପ୍ରିୟରଞ୍ଜନ ଜେନା ଏବଂ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞନ ସାହୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ସମସ୍ତ ଅଭିଯୋଗ ଶୁଣିବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ତାଙ୍କ ପାଖରେ ପାଣ୍ଠି ନଥିବା କଥା ଦର୍ଶାଇଥିଲେ ଏବଂ ବର୍ତମାନ ପରିସ୍ଥିତିରେ ଏହି ରାସ୍ତା ନିର୍ମାଣ ଅସମ୍ଭବ ବୋଲି କହିଥିଲେ ।

ଧାମରା ସରପଂଚ ଏବଂ ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ସାହୁ ଏହି ୧କି.ମି ରାସ୍ତା ନିର୍ମାଣ ପାଇଁ ଚନ୍ଦନୀପାଳ ଠାରେ ଥିବା ପ୍ରତିରକ୍ଷା ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପ୍ରତିରକ୍ଷା ବିଭାଗ ପ୍ରୋଜେକ୍ଟ ମେନେଜର ଏହି କଥା ଲିଖିତ ଭାବରେ ଦେବାପାଇଁ ସଂପୃକ୍ତ ଜନ ପ୍ରତିନିଧିଙ୍କୁ କହିଥିଲେ । ପରେ ଧାମରା ସରପଂଚ ଏବଂ ଅଧ୍ୟକ୍ଷାଙ୍କ ପ୍ରତିନିଧି ଜନସାଧାରଣଙ୍କ ଦାବୀକୁ ପ୍ରତିରକ୍ଷା ବିଭାଗକୁ ଲିଖିତ ଭାବରେ ଅବଗତ କରାଇବା ପରେ ଆଜି ପ୍ରତିରକ୍ଷା ବିଭାଗ ମେଟାଲ ଡଷ୍ଟ ଆଣି ଏହି ଦୀର୍ଘ ୧ କି.ମି ରାସ୍ତା କୁ ି ପ୍ୟାଚ ପକାଇ ରୋଲିଂ କରିଥିଲେ ।

ପରେ ଏହି ରାସ୍ତା ଯାତାୟତ ଉପଯୋଗୀ ହୋଇ ପାରିଥିଲା । ଏଠାରେ ପ୍ରଶ୍ନ ଉଠେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ସମସ୍ତ ଗ୍ରାମ୍ୟ ରାସ୍ତା ପାଇଁ ସଜାଗ ଥିବା ବେଳେ ଏହି ୧ କି.ମି ରାସ୍ତା ପାଇଁ କିପରି ଭାବରେ ପାଣ୍ଠି ନଥିବା କଥା କହିଥିଲେ । ଅନ୍ୟ ପଟରେ କୌଣସି ଦରକାର ନଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଧାମରାରେ ସ୍ୱାସ୍ଥ୍ୟ ବିଭାଗ ର ବହୁ ଘର ଫାଙ୍କା ପଡିଥିବା ବେଳେ କେଉଁ ପରିସ୍ଥିତିରେ ପୁଣି ୬ଲକ୍ଷ ଟଙ୍କା ରେ ଏକ ନୂତନ କୋଠା ନିର୍ମାଣ ହେଉଛି ତାହା ତଦନ୍ତ ସାପେକ୍ଷ ।ଏହି ପରିସ୍ଥିତିରେ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ନିଜର ପ୍ରତିକ୍ରିୟାରେ କୁହନ୍ତି ସ୍ୱାସ୍ଥ୍ୟ ବିଭାଗ ପାଣ୍ଠି ଦେଉଛି ତାହାର ଆମେ ସୁବିନିଯୋଗ କରିବା ଜରୁରୀ ମାତ୍ର କୋଠା ନିର୍ମାଣ ପରେ ତାହା ଫାଙ୍କା ରହିବ କି କଣ ସେଥି ପାଇଁ ଆମ୍ଭେ ଦାୟୀ ନୁହଁ ।

error: Thank You Keep Visiting