ମୋଟେଲ ଛକରେ ଦୁର୍ଘଟଣା, ୨ ଗୁରୁତର

An Independent Media

ଭଦ୍ରକ:- ମୋଟେଲ ଛକ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକ ଆହତ ହୋଇଛନ୍ତି । ଉଭୟଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିବାବେଳେ, ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳର ଯୁବକ ଚନ୍ଦ୍ରଶେଖର ଦାସ(ଲିଟୁ)ଙ୍କୁ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଅନ୍ୟତ୍ର ସ୍ଥାନାନ୍ତର କରାଯାିଛି । ତେବେ ଲିଟୁ ଏବେ ଏବେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁଯାୟୀ ଲିଟୁ ତାଙ୍କର ଜଣେ ସାଥୀ ସହ ନୂଆ ବସଷ୍ଟାଣ୍ଡରୁ କୌଣସି କାମ ସାରି ନିଜ ଘର ଶାହାପୁରକୁ ରାତି ପ୍ରାୟ ୧୧ଟା ବେଳେ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ମୋଟଲ ଛକ ନିକଟରେ ନିର୍ମାଣାଧିନ ଗଳାପୋଲ ନିକଟରେ ରାସ୍ତା ଉପରେ ଜମା ହୋଇଥିବା ଚିପସ ଉପରେ ତାଙ୍କ ବୁଲେଟ ଚଢ଼ିଯିବାରୁ ସେ ଭାରସାମ୍ୟ ହରାଇ ରାସ୍ତାରେ ଛିଟିକ ପଡ଼ିଥିଲେ । ତେବେ କେତେକ ପଥଚାରୀ ଉଭୟଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତୀ କରି ସେମାନଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିଲେ ।

error: Thank You Keep Visiting