ଉଛେଦ ସାମୟିକ ବନ୍ଦ ପାଇଁ ଉଠା ଦୋକାନୀଙ୍କ ଅନୁରୋଧ

An Independent Media

ଭଦ୍ରକ:- ଭଦ୍ରକ ଚରମ୍ପା ବଜାର ଠାରେ ରାସ୍ତା ପାଶ୍ୱର୍ସ୍ଥ ଉଠା ଦୋକାନୀଙ୍କୁ ଉଛେଦ ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଜାରୀ ହୋଇଛି । ଜାତୀୟ ରାଜପଥର ସମ୍ପ୍ରସାରଣ, ରାସ୍ତା ପାଶ୍ୱର୍ ଡ଼୍ରେନ୍ ଓ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ଏହି ନୋଟିସ ଜାରୀ ହୋଇଛି । ତେବେ ଉଛେଦ କାର୍ଯ୍ୟ ସାମୟିକ ଭାବେ ୭ଦିନ ପାଇଁ ଅର୍ଥାତ୍ ୮ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଶତାଧିକ ଉଠା ଦେକାନୀ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ ସାକ୍ଷାତ କରି ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ଏବେ ବର୍ଷା ଜାରୀ ରହିଥିବାରୁ ଉଛେଦ କାର୍ଯ୍ୟ କରାଗଲେ ଏହି ଉଠା ଦେକାନୀମାନେ ପ୍ରଭୂତ କ୍ଷତିର ସମ୍ମୁଖୀନ ହେବେ ବୋଲି ସେମାନଙ୍କ ନେତୃତ୍ୱ ନେଉଥିବା ବ୍ରଜ ନାୟକ କହିଛନ୍ତି । ସୂଚନାଯୋଗ୍ୟ ଚରମ୍ପା ମଧ୍ୟଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଉଭୟ ପାଶ୍ୱର୍ ସମେତ ବିଭିନ୍ନ ଅଞ୍ଚଳରେ ବହୁ ସଂଖ୍ୟକ ବ୍ୟକ୍ତି ଦୀର୍ଘ ବର୍ଷ ଧରି କ୍ୟାବିନ ପକାଇ ବ୍ୟବସାୟ କରିବା ସହ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ଜାତୀୟ ରାଜପଥର ସମ୍ପ୍ରସାରଣ ଦୃଷ୍ଟିରୁ ଏବେ ସେମାନଙ୍କୁ ଉଛେଦ କରିବାର ଜରୁରୀ ଆବଶ୍ୟକତା ଦେଖାଦେଇଛି ।

error: Thank You Keep Visiting