ପ୍ରେମରେ ବିଫଳ ଯୁବକୁ ନିଜ ତଣ୍ଟି କାଟିଲେ

An Independent Media

କେନ୍ଦ୍ରାପଡା : ଏକ ତରଫା ପ୍ରେମର କରୁଣ ପରିଣତି ଶେଷରେ ଜନୈକ ଯୁବକ ନିଜ ତଂଟି କାଟି ଗୁରୁତ୍ତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ଘଟଣା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗ୍ରାମର ରାଜକିଶୋର ଦାସ ନାମକ ଯୁବକ ନିକଟସ୍ଥ ଗ୍ରାମର ଜନୈକା ଯୁବତିଙ୍କୁ ଭଲ ପାଉଥିଲେ । ଯୁବତୀ ଜଣକ ଯୁବକକୁ ଭଲ ନପାଇବାରୁ ଏଥିରେ କ୍ରୋଧାନ୍ୱିତ ହୋଇ ଯୁବକ ଜଣକ ଆଜି ଦରବଚ୍ଛା ଛକରେ ନିଜ ତଣ୍ଟିକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ ।

ଫଳରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସେହି ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଯୁବକଙ୍କୁ କଟକ ବଡ ଡାକ୍ତରଖାନାନୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ପୁଅକୁ ହତ୍ୟା ପାଇଁ ଷଢଯନ୍ତ୍ର କରାଯାଇଥିବା ଏକ ଅଭିଯୋଗ ସଂପୃକ୍ତ ତଂଟିକଟା ଯୁବକର ମା ମାର୍ଶାଘାଇ ଥାନାରେ କରିଛନ୍ତି । ଅପର ପକ୍ଷରେ ସଂପୃକ୍ତ ଯୁବତୀଙ୍କ ପକ୍ଷରୁ ମଧ୍ୟ ମାର୍ଶାଘାଇ ଥାନାରେ ଅନ୍ୟ ଏକ ଅଭିଯୋଗ କରାଯାଇଥିବା ଜଣାପଡଡିଛି । ଯୁବକ ଜଣକ ଜନୈକ ଯୁବତୀକୁ ଏକ ତରଫା ପ୍ରେମକରି ଆସୁଥିଲେ । ହେଲେ ଯୁବତୀ ଜଣକ ସେହି ଯୁବକକୁ ଭଲ ନପାଇ ଅନ୍ୟ ଏକ ପୁଅ ସହିତ ପ୍ରେମ ସଂପର୍କ ରଖିବାର ଖବର ପାଇ ଯୁବକ ଜଣକ ଏପରି କରିଥିବା ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି ।

error: Thank You Keep Visiting