ଫନି ବାତ୍ୟାରେ ଗୋ ଖାଦ୍ୟ ବଣ୍ଟନ, ସମୁଦ୍ରକୁ ଶଙ୍ଖେ

Straight to the Point
୬୨ହଜାର ଗୋରୁ ଖାଇଲେ ୪୪୦ ପକେଟ ଗୋ ଖାଦ୍ୟ

କୋରେଇ: କୋରେଇ ବ୍ଲକ ୨୮ ପଂଚାୟତକୁ ନେଇ ଗଠିତ । ଏହି ବ୍ଲକ ଅର୍ନ୍ତଗତ ସମସ୍ତ ପଂଚାୟତରେ ସାଧାରଣତଃ ଜନସାଧାରଣ କୃଷି ଉପରେ ନିର୍ଭର କରି ଚଳନ୍ତି । ସାଧାରଣତଃ ଧାନ ଚାଷ କରିବା ସହିତ ବହୁ ଜନସାଧାରଣ ଗୃହ ପାଳିତ ପଷୁ ପାଳନ କରି ନିଜର ଜିବାକା ନିର୍ଭାହ କରନ୍ତି । ଯଦି ଆମେ କୋରେଇ ବ୍ଲକ ପଷୁ ଚିକିତ୍ସକ ବସନ୍ତ ବେହେରା ଙ୍କ କହିବାନୁଶାରେ ସରକାରୀ ରେକର୍ଡ କୁ ତର୍ଜମାକରିବା ତାହାହେଲେ କୋରେଇ ବ୍ଲକ ଅଂଚଳ ରେ ସମୁଦାୟ ୬୨ହଜାର ଗୋରୁ ଗାଇ ଅଛନ୍ତି ।କିନ୍ତୁ ଏହି ୬୨ହଜାର ଗୋରୁ ଗାଇ ଙ୍କ ପାଇଁ ଫନି ବାତ୍ୟା ସମୟରେ ରାଜ୍ୟ ସରକାର ୪୪୦ ପ୍ୟାକେଟ ଗୋଖାଦ୍ୟ ପଠାଇଥିଲେ ।

ଗୋଟିଏ ପ୍ୟାକେଟ ରେ ୫୦କେଜିର ଗୋଖାଦ୍ୟ ମହଜୁଦ ଥିଲା ବେଳେ ସମୁଦାୟ କୋରେଇ ଅଂଚଳ କୁ ୨୨୦ କ୍ୱୁଇଂଟାଲ ଯୋଗାଇ ଦିଆଯାଇଥିଲା । ସରକାରୀ ନିୟମାନୁଶାରେ ଗୋଟିଏ ଗାଇ ପ୍ରତି ଦିନକୁ ୧କେଜି ହିସାବରେ ଗେ ଖାଦ୍ୟ ଯୋଗାଇ ବା କଥା କିନ୍ତୁ ଏଠାରେ ମାତ୍ର ଗୋଟିଏ ଦିନ କୁ ୩୫୦ ଗ୍ରାମ ଗୋଖାଦ୍ୟ ଯୋଗା ଗଲା । ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟ ସରକାରଙ୍କ ଗୃହପାଳିତ ପଶୁ ଙ୍କ ପ୍ରତି କିପରି ଉଦାର ମନୋଭାବ ରହିଛି । ଯେପରି ଲାଗୁଛି ସରକାର ସମୁଦ୍ରକୁ ଶଂଖେ ଗୋଖାଦ୍ୟ ଦେଇ ଗୋ ଖାଦ୍ୟ ଦେଇଥିବାର ବାହାବାହା ଜୁଟାଉଛନ୍ତି ।

error: Thank You Keep Visiting