ଫ୍ଲାଇଓଭର ସ୍ଥାନକୁ ନେଇ ଦାନା ବାନ୍ଧୁଛି ଆନ୍ଦୋଳନ

Straight to the Point

ଭଦ୍ରକ:- ଭଦ୍ରକ ବ୍ଲକର ରାଣୀତାଲ ବଜାର ୧୬ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ । ରାଣୀତାଲ ବଜାରର ମଝି ଦେଇ ଜାତୀୟ ରାଜପଥ ଯାଇଥିବାରୁ ଏଠାରେ ପ୍ରାୟତଃ ସବୁଦିନେ ଛୋଟ ବଡ ଦୁର୍ଘଟଣା ଘଟି ଧନ ଜୀବନ ଯାଉଛି । ଏଥିପାଇଁ ରାଣୀତାଲ ବଜାର ଉପରେ ଏକ ଫ୍ଲାଇ ଓଭର ନିର୍ମାଣ ହେଲେ ଭଦ୍ରକ ଜିଲ୍ଲାର ରାହାଞ୍ଜ, ଜଗଦଳପୁର, ରମ୍ଭୀଳା ଓ ବାଲେଶ୍ୱର ଜିଲ୍ଲାର ବାଲିଖଣ୍ଡ ଓ ଅଡା,କୁପାରୀ ପର୍ଯ୍ୟନ୍ତ ଲୋକମାନଙ୍କର ଉପକୃତ ହେବେ ।

ରାଣୀତାଲ ବଜାର ଉପରେ ଫ୍ଲାଇ ଓଭର ନିର୍ମାଣ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟଳୟ ଆଦେଶ ଦେଇଥିବା ବେଳେ ଓ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ସଂସଦରେ ଏ ବିଷୟ ଉପସ୍ଥାନ କରିବା ସହ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ସାକ୍ଷାତ କରି ଅବଗତ କରାଇଥିଲେ ମଧ୍ୟ ଏବେ ଫ୍ଲାଇ ଓଭର ରାଣୀତାଲ ଠାରେ ନ ହୋଇ ରାଣୀତାଲ ଠାରୁ ୧୩୦୦ ମିଟର ଦୂରରେ ଥିବା ରାହାଞ୍ଜ ଛକ ଠାରେ ହେବାକୁ ସ୍ଥିର ହୋଇଛି ଖବର ପ୍ରଚାରିତ ହେବା ପରେ ରାଣୀତାଲ ଓ ଏହାର ଆଖପାଖ ଅଂଚଳର ଲୋକମାନେ ଏହାକୁ ବିରୋଧ କରି ଗତକାଲି ଜଗଦଳପୁରର ପୂର୍ବତନ ସରପଂଚ ବିଜୟ ମହାପାତ୍ର ଓ ରାହାଞ୍ଜର ପୂର୍ବତନ ସରଂପଚ ରବିନ୍ଦ୍ର ସାହୁଙ୍କ ନେତୃତ୍ୱରେ ରାଣୀତାଲ ବଜାରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ।

ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ଭାଗିରଥୀ ନାୟକ, ସମାଜସେବୀ ଗଣେଷ ଦାଶ,ଅଞ୍ଜନ ଲେଙ୍କା,ଦିପକ ନାୟକ ,ନରେଶ ଦାଶ,ବ୍ରଜକିଶୋର ମହାପାତ୍ର ,ସୁକାନ୍ତ ସାହୁ ରାଣୀତାଲ ବଜାର ଉପରେ ଫ୍ଲାଇ ଓଭର ଓ ରଣୀତାଲ ହାଇସ୍ଖୁଲ ପାଖରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗଳା ପୋଲ ନିର୍ମାଣ ଦାବିପତ୍ର ଜିଲ୍ଲାପାଳ,ବିଧାୟକ,ସାଂସଦ,ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କୁ ଦିଆଯାଇଛି । ଏହି ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ରାଣୀତାଲ ଆଖପାଖ ଅଂଚଳର ଜନସାଧାରଣ,ଚାଷୀ,ଛାତ୍ରଛାତ୍ରୀ ଆନ୍ଦୋଳନାତ୍ମାକ ପନ୍ଥାକୁ ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି ।

error: Thank You Keep Visiting