ଅଗଷ୍ଟ ୧୬ରେ ପାଳିତ ହେବ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ

Straight to the Point

ଜଗତସିଂହପୁର: ଜଗତସିଂହପୁର ଭାରତ ରତ୍ନ ଅଟଳବିହାରୀ ବାଜପେୟୀ ସ୍ମୃତି ପରିଷଦ ପକ୍ଷରୁ ପ୍ରଥମ ଶ୍ରାଦ୍ଧବାର୍ଷିକି ପାଳନ ନିମନ୍ତେ ଏକ ଖବରଦାତା ସମ୍ମିଳନୀ ପୁରୋହିତ ପୁର ସ୍ମୃତିପରିଷଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ପରିଷଦର ସଭାପତି ମାନସ ରଂଜନ ଦାସ ଅଧ୍ୟକ୍ଷତା କରି କହିଥିଲେ ଆସନ୍ତା ୧୬.୮.୨୦୧୯ରିଖ ଦିନ ସ୍ମୃତି ପରିଷଦ ପକ୍ଷରୁ ନନ୍ଦିକେଶ୍ୱର ମହାଦେବ ପ୍ରାଙ୍ଗଣରେ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ଭାରତ ରତ୍ନ ଅଟଳଜୀଙ୍କ ପରିବାରର କୂଳପୁରୋହିତ ଆଚାର୍ଯ୍ୟ ସରୋଜ କୁମାର ମିଶ୍ରା ଯୋଗଦେବେ । ଏଥିରେ ୧୧ଜଣ ବ୍ରାହ୍ମଣଙ୍କ ଦ୍ୱାରା ସମ୍ପୁର୍ଣ୍ଣ ଗୀତାପାଠ ଓ ୪ଜଣ ବ୍ରାହ୍ମଣଙ୍କ ଦ୍ୱାରା ଗୀତା ହୋମଯଜ୍ଞ କରାଯିବ ।

ତେଣୁ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ସମସ୍ତ ଯୋଗଦାନ କରିବାକୁ ଅନୁରୋଧ କରିଥିଲେ । ଏହି ଭାରତ ରତ୍ନ ଅଟଳବିହାରୀ ବାଜପେୟୀ ସ୍ମୃତି ପରିଷଦ କୌଣସି ରାଜନୈତିକ ଅନୁଷ୍ଠାନ ନୁହେ ଯାହାକି ସାମାଜିକ ଅନୁଷ୍ଠାନ । ଯେଉଁଥିରେ କି ସମାଜର ଅବହେଳିତ ଓ ନଗ୍ୱେସିତ ବର୍ଗର ବିକାଶ ନିମନ୍ତେ ସ୍ମୃତିପରିଷଦ ପ୍ରତିଜ୍ଞା ବଦ୍ଧ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ସ୍ମୃତି ରଂଜନ ମଲ୍ଲ,ଉପସଭାପତି ଗୋବର୍ଦ୍ଧନ ସ୍ୱାଇଁ,ସଂପାଦକ ଦେବାଶିସ ମହାନ୍ତି,ସହସଂପାଦକ ଭିକାରୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସ୍ମୃତିପରିଷଦର କର୍ମକର୍ତ୍ତା ମାନେ ପରି·ଳନା କରିଥିଲେ ।

error: Thank You Keep Visiting