ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିକ୍ୟୁରିଟି ଗାର୍ଡଙ୍କୁ ଛଟେଇ ପ୍ରତିବାଦରେ ଧାରଣା

Straight to the Point

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ଛଅବର୍ଷଧରି ନିୟୋଜିତ ହୋଇଥିବା ସିକ୍ୟୁରିଟି ଗାର୍ଡ ମାନଙ୍କୁ କାର୍୍୍ୟରୁ ବାହାର କରିବାନେଇ ଆଜି ସିକ୍ୟୁରିଟି ଗାର୍ଡମାନେ ଗାର୍ଡ ମାନଙ୍କୁ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି । ସିକ୍ୟୁରିଟି ଗାର୍ଡ ମାନେ ଯଥା ପ୍ରଭାସ ରଂଜନ ବେହେରା,ପ୍ରମୋଦ ଧଡା,ରଂଜିତ କୁମାର ଗୋଚ୍ଛାୟତ,ଦୁର୍ଗାଦତ୍ତ ଆ·ର୍ଯ୍ୟ,ରଂଜନ ପାଲ,ପ୍ରଶାନ୍ତ ବିଶୋଇ,ବିଜୟ ରାଉତ,ଶାରଦା ପ୍ରସନ୍ନ ନାଥ,ଦୀପାଞ୍ଜଳୀ ଦାସ,କୌସଲ୍ୟା ରାଉତ,ବିକ୍ରମ ଦାସ,ବାଦଲ କୁମାର ଭୋଇ ଦ୍ସୁଚନା ଅନୁସାରେ ସେମାନେ ଦିର୍ଘଦୀନ ହେବ ଜଗୁଆଳୀ ଭାବେ କାର୍ଯ୍ୟକରୁଛନ୍ତି ।

ପ୍ରତ୍ୟେକ ବର୍ଷ ବିଭିନ୍ନ ସିକୁରିଟୀ ସଂସ୍ଥା ଚୁକ୍ତିନାମା ସ୍ୱାକ୍ଷର କରି ସେମାନଙ୍କୁ ନିଯୁକ୍ତି ଦେଉଥିଲା ବେଳେ ଏବେ ଏଲ.ଆଣ୍ଡ କେ ସଂସ୍ଥା ଚିକ୍ତିନାମ ସ୍ୱାକ୍ଷର କରି ସେମାନଙ୍କୁ ବାହାର କରିଦେଇଛି । ଏପରିକି ସେମାନେ ଉକ୍ତ ସଂସ୍ଥାର ମ୍ୟାନେଜରଙ୍କୁ ନିଯୁକ୍ତ ପାଇଁ କହିବାରୁ ଜୈନକ ମ୍ୟାନେଜର ସରମାନଙ୍କ ୨୫ହଜାର ଟଙ୍କା ଦେଲେ ତୁମେ ମାନେ ପୁଣି ନିଯୁକ୍ତ ହେବ ବୋଲି କହୁଛି । ଆମେ ଟଙ୍କା ନେଲେ ମେଡିକାଲ କତ୍ତୃପକ୍ଷଙ୍କୁ ଦେବୁ ।

ଏଭଳି ପରିସ୍ଥିତିରେ ନ୍ୟାୟପାଇଁ ଗାର୍ଡ ମାନେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ନ୍ୟାୟ ପାଇବା ପାଇଁ ଧାରଣାରେ ବସିଛନ୍ତି । ନ୍ୟାୟ ଯଦି ନମିଲେ ସେମାନଙ୍କୁ ଆତ୍ମାହୁତି ମଧ୍ୟ ଦେବା ପଛେଇବୁ ନାହି ବୋଲି କହିଛନ୍ତି । ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ପ·ରିବାରେ ସେ କୁହନ୍ତି ଉକ୍ତ ଗାର୍ଡ ମାନଙ୍କୁ ମୁଁ ·କିରି ଦେଇନାହି କି ତାଙ୍କୁ ରଖିବା ପାଇଁ ମନା କରିନାହିଁ । ସେମାନଙ୍କର ସଂସ୍ଥା ରାଜ୍ୟ ସ୍ତରୀୟ ଟେଣ୍ଡର ପ୍ରକ୍ରିୟାରେ ପାଇଥାନ୍ତି । ସେମାନଙ୍କୁ କିଏ ରଖିବ କିଏ ବିଦାକରିବ ତାଙ୍କ ସଂସ୍ଥାହି ଜାଣିଥିବ ।

error: Thank You Keep Visiting