୧୦ ଦଫା ଦାବି ନେଇ ତହସିଲଦାରଙ୍କ ସହ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତାଙ୍କ ସହ ଆଲୋଚନା

Straight to the Point
ଗଣ୍ଡଗୋଳକୁ ଆଶଙ୍କା କରି ୩ପ୍ଲାଟୁନ ପୋଲିସ ମୃତୟନ

ଜଗତସିଂହପୁର:୧୦ ଦଫା ଦାବି ନେଇ ରଘୁନାଥପୁର ତହସିଲଦାର ଦେବାଶିଷ ପାତ୍ରଙ୍କ ସହ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ । ପ୍ରକାଶ ଥାଉକି, ଗତ ଫଣି ମହାବାତ୍ୟାରେ ରଘୁନାଥପୁର ବ୍ଲକରେ ଚାଷୀମାନଙ୍କର ହୋଇଥିବା କ୍ଷତିର ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବା, ଚାଷକାର୍ଯ୍ୟ ନିମନ୍ତେ ଉପଯୁକ୍ତ ଜଳସେଚନ ବ୍ୟବସ୍ଥା କରିବା, ପ୍ରତିବର୍ଷ ଖରିଫ ଚାଷ ନିମନ୍ତେ ମାର୍ଚ୍ଚମାସରୁ ମଇ ମାସ ମଧ୍ୟରେ ଶାଖା କେନାଲ ଗୁଡିକର ମରାମତି ଓ ଶଯ୍ୟା ଖନନ କାର୍ଯ୍ୟ, ଜୁନମାସ ଶେଷ ସପ୍ତାହ ସୁଦ୍ଧା ସମସ୍ତ ଚାଷ ଜମିକୁ ଜଳସେଚନ କରିବା, ଜୁଲାଇ ଶେଷ ସୁଦ୍ଧା ତାଳଦଣ୍ଡା ଓ ମାଛ ଗାଁ ମୁଖ୍ୟ କେନାଲରୁ ବାହାରିଥିବା ଶାଖା କେନାଲ ଗୁଡିକରେ ପାଣି ନଛାଡିବା, ଜଳସେଚନ ହୋଇପାରୁନଥିବା ଜମି ଉପରେ ବର୍ଷବର୍ଷ ଧରି ଅବିଚାରିତ ଭାବେ ଲାଗୁ ହୋଇ ଆସୁଥିବା ଜଳକର ସମ୍ପୂର୍ଣ୍ଣ ଉଛେଦ କରିବା, କେନାଲ ଜଳସେଚନରେ ଅବହେଳା ଯୋଗୁଁ ଚାଷଜମି ଜଳସେଚନ ହୋଇପାରୁନଥିବା ମଉଜା ଗୁଡିକ ଜଳସମ୍ପଦ ବିଭାଗ, ରାଜସ୍ୱ ବିଭାଗ ଓ କୃଷି ବିଭାଗ ଦ୍ୱାରା ମିଳିତ ତଦନ୍ତ କରିବା, ତାଳଦଣ୍ଡା ମୁଖ୍ୟକେନାଲରୁ ବାହାରିଥିବା ୭ନଂ ଗ କେନାଲ, ୮ନଂ କ, ୮ନଂ ଗ,୮ନଂ ଘ, ୯ନଂ, ୧୦ନଂ, ୧୧ନଂ ଶାଖା କେନାଲ ଗୁଡିକ ସଫେଇ କରାଯାଇନାହିଁ ଫଳରେ କେନାଲରେ ପାଣି ଆଦୌ ଯାଉନାହିଁ ।

ହଂସୁଆ ବନ୍ୟାରୁ ଚାଷୀକୂଳଙ୍କୁ ରକ୍ଷା କରିବା ଏବଂ ଏହାର ସ୍ଥାୟୀ ପ୍ରତିକାର କରିବା, ପଶୁ ସମ୍ପଦର ସୁରକ୍ଷା ପାଇଁ ଗୋଚାରଣ ଭୂମିର ସୁରକ୍ଷା ଆଦି ୯ଦଫା ଦାବି ନେଇ ତହସିଲଦାରଙ୍କ ସହିତ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତାଙ୍କ ସହିତ ଆଲୋଚନା କରିଥିଲେ ।ଏ ସମସ୍ତ ସମସ୍ୟାର ସମାଧାନ ତୁରନ୍ତ କରାଯିବ ବୋଲି ତହସିଲଦାର ପ୍ରତିଶୃତି ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ନବନିର୍ମାଣ କୃଷକ ସଂଗଠନ ଆଜି ତହସିଲଦାରଙ୍କ ସହିତ ଆଲୋଚନା କରିବା ପାଇଁ ପୂର୍ବରୁ ଚିଠି କରିଥିଲେ ।

ମାତ୍ର ରଘୁନାଥପୁର ତହସିଲଦାର ଆଜି ବହୁ ବିଳମ୍ବରେ ଆସି ନବନିର୍ମାଣ କୃଷକ ସଂଗଠନ ସହିତ ମାତ୍ର ୪ଜଣଙ୍କ ସହିତ ଆଲୋଚନା କରିବାପାଇଁ ୩ଘଂଟା ବିଳମ୍ବରେ ତାଙ୍କ ଅଫିସକୁ ଡକାଇଥିଲେ । ମାତ୍ର ନବନିର୍ମାଣ ସମସ୍ତ କର୍ମକର୍ତା ଓ ସମସ୍ତ ଶତାଧିକ ଚାଷୀ ତହସିଲ କାର୍ଯ୍ୟାଳୟ ଭିତରକୁ ଯାଇ ତହସିଲଦାରଙ୍କ ସହିତ ଆଲୋଚନାରେ ଭାଗ ନେବାକୁ ଜିଦି କରି ବସିଥିଲେ ।

ଉପସ୍ଥିତ ପୋଲିସ ନବନିର୍ମାଣ କୃଷକ ସଂଗଠନର ଚାଷୀଙ୍କୁ ଭିତରକୁ ଛାଡିନଥିଲେ । ଏହାକୁ ନେଇ ଏଠାରେ କିଛି ସମୟ ଉତେଜନା ପ୍ରକାଶ ପାଇଥିଲା । ଶେଷରେ ତହସିଲଦାର ଶ୍ରୀ ପାତ୍ର ଅତିରିକ୍ତ ତହସିଲଦାରଙ୍କୁ ସାଙ୍ଗରେ ଆଣି ନବନିର୍ମାଣ କୃଷକ ସଂଗଠନ ସମସ୍ତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ଏ

ହି ଆନ୍ଦୋଳନରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମୀରଂଜନ ସ୍ୱାଇଁ, ରାଜ୍ୟ କର୍ମକର୍ତା ଦେବୀପ୍ରସାଦ ମହାରଣା, ନିବାସ ଲେଙ୍କା, କୈଳାଶ ଚନ୍ଦ୍ର ସ୍ୱାଇଁ, ଘନଶ୍ୟାମ ମହାନ୍ତି,ବଂଶୀଧର ପଟ୍ଟନାୟକ, ସନ୍ତୋଷ କୁମାର ପ୍ରଧାନ, ଅଶୋକ କୁମାର ଦାସ, ବଂଶୀଧର ସାହୁ, କାର୍ତିକ ବେହେରା, ସୋମନାଥ ସ୍ୱାଇଁ, ସୁରେଶ କୁମାର ସାହୁ, ସାହାଜନ ବେଗ୍, ଗୋବିନ୍ଦ ସାହୁ, ସୁକାନ୍ତ କୁମାର ରାଉତରାୟ, ବୈରାଗୀ ସାହୁ, ଭଗବାନ ଖୁଂଟିଆ, ଅଶୋକ କୁମାର ସାହୁ, ଭାସ୍କର ମହାପାତ୍ର, ଗୋଲେଖ ଡାଳୁଆ, ରବିନ୍ଦ୍ର ବାରିକ ପ୍ରମୁଖ ଶତାଧିକ ଚାଷୀ ଯୋଗଦେଇଥିଲେ । ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ଦିପକ ରଂଜନ ଜେନା, ତିର୍ତୋଲ ଆଇଆଇସି, ରଘୁନାଥପୁର ଆଇଆଇସି ସମେତ ୩ପ୍ଲାଟୁନପୋଲିସ ମୃତୟନ ଥିଲେ ।

error: Thank You Keep Visiting