ଚାଷଜମିରୁ ଉଦବୃର୍ତ ଜଳ ନିଷ୍କାସନ ହୋଇପାରୁନାହିଁ: ତହସିଲଦାରଙ୍କୁ ଅଭିଯୋଗ କଲେ ଚାଷୀ

Straight to the Point

ଜଗତସିଂହପୁର: ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ରାଜସ୍ୱ ଗ୍ରାମରେ ଥିବା ଚାଷ ଜମିରେ ଉଦବୃର୍ତ ବର୍ଷାଜଳ ନିଷ୍କାସନ ହେଉଥିବା ସଫେଇ ନାଳିକୁ ଜଗନ୍ନାଥପୁର ସାନପାଟଣା ଗ୍ରାମର ଜନୈକ ବ୍ୟକ୍ତି ତାହା ଉପରେ ପକ୍କାଘର କରି ଏହି ସଫେଇ ନାଳିକୁ ପୋତିଦେଇଛନ୍ତି । ଫଳରେ ଜଗନ୍ନାଥପୁର ଗହୀର ଚାଷ ଜମିରୁ ଉଦବୃତ ବର୍ଷାଜଳ ନିଷ୍କାସନ ହୋଇନପାରି ଧାନବିହନ ତଳି ପଡିଥିବା ଜମିରେ ୨ଫୁଟ ଉଚରେ ବର୍ଷାଜଳ ପ୍ରବାହିତ ହେଉଛି ।ଏହି ଗ୍ରାମର ଚାଷୀମାନେ ଉକ୍ତ ବ୍ୟକ୍ତିଙ୍କୁ ସଫେଇ କେନାଲଟିକୁ ସଫା କରିବାକୁ ଅନୁରୋଧ କଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଫଳରେ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିପାରୁନାହାଁନ୍ତି ।

ଏସମ୍ପର୍କରେ ଚାଷୀମାନେ ରଘୁନାଥପୁର ତହସିଲଦାରଙ୍କୁ ଏକ ଦରଖାସ୍ତ ଦେଇ ତୁରନ୍ତ ଅବରୋଧ କରିଥିବା ଉକ୍ତ ସଫେଇ କେନାଲରୁ ଅବରୋଧ ହଟାଇ ସଫେଇ ସଫା କରିବାକୁ ସୁରେନ୍ଦ୍ର କୁମାର ସେନାପତି, ସୋମନାଥ ବେହେରା, ଦିଜବର ଖୂଂଟିଆ, ରବିନ୍ଦ୍ର ବେହେରା, କାଳନ୍ଦୀ ଭୋଇ, ପ୍ରତାପ କୁମାର ସେନାପତି, ବାବାଜି ଚରଣ ସ୍ୱାଇଁ, ତପନ କୁମାର ବେହେରା, ସୁବାଷ ଚନ୍ଦ୍ର ବେହେରା, ନରେନ୍ଦ୍ର ନାଥ ବେହେରା, ତାପସ ଦାସ ପ୍ରମୁଖ ଦାବି କରିଛନ୍ତି ।

error: Thank You Keep Visiting