ବେଣାପୁର ଛକରେ ସଡକ ଦୃଘଟଣା

Straight to the Point

କୋରେଇ : କୋରେଇ ଥାନା ଅର୍ନ୍ତଗତ ବେଣାପୁର ଛକ ନିକଟ ରେ ଦିବା ୩.୩୦ ଘଟିକାରେ ଏକ ମର୍ମତୁକ ସଡକ ଦୃଘଟଣା ଘଟିଯାଇଛି । ଏହି ସଡକ ଦୃଘଟଣା ରେ ବାଇକ ଆରୋହି ଗୁରୁତର ଆହାତ ହୋଇଛନ୍ତି । ସୁଚନା ମୁତାବକ କୁଆଖିଆ ଗଙ୍ଗାଧରପୁର ଅଂଚଳ ର ଚନ୍ଦ୍ରମଣି ଜେନାଙ୍କ ପୁଅ ପ୍ରହଲ୍ଲାଦ ଜେନା ଯାଜପୁରରୋଡ ଆଡୁ ପାଣିକୋଲି ଅଭିମୁଖେ ତାଙ୍କ ମଟର ସାଇକେଲ (ଓ.ଡି.୦୪.କେ.୮୫୫୦)ରେ ଯାଉଥିବା ସମୟରେ ବେଣାପୁର ଗୋଲେଇ ଛକ ନିକଟ ରେ ଆନ୍ଦପୁର ଆଡୁ ପାଣିକୋଇଲି ଅଭିମୁଖେ ଯାଉଥିବା ଏକ ଦଶ ଚକିଆ ଟ୍ରକ(ଓ.ଡି.୦୪.କେ.୫୭୨୭) ସମ୍ମାସାମ୍ନି ଧକା ଦେଇ ସେଠାରୁ ଖସି ପଳାଇଥିଲା । ପ୍ରହଲ୍ଲାଦ ସେଠାରେ ଗୁରୁତର ଅବସ୍ଥା ରେ ପଡରହିଥିବା ବେଳେ ତାଙ୍କୁ ଜହ୍ନା ଗ୍ରାମର ସୁନିଲ ବେହେରା ନାମକ ଯୁବକ ଏକ ଅଟୋ ଭଡା କରି ଯାଜପୁର ରୋଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ । ସେଠାରେ ପ୍ରହଲ୍ଲାଦ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୁଚନା ମିଳିଛି । ଅନ୍ୟ ପକ୍ଷେ ବେଣାପୁର ଗୋଲାଇ ଛକ ରେ ଟ୍ରାଫିକ ସମସ୍ୟ ଦୁରକରିବା ପାଇଁ କାର୍ଯ୍ୟରତ କୋରେଇ ଥାନା ର ହୋମଗାର୍ଡ ସଂଜୟ କୁମାର ବେହେରା ନିଜର ସାହାସିକତା ଦେଖାଇ ଟ୍ରକଟିକୁ ଧରିବା ପାଇଁ ଚଳନ୍ତା ଗାଡି ପଛପଟେ ଓହଳି ପାଣିକେଇଲି ଠାରେ ଗାଡିକୁ ଅଟକାଇବା କୁ ସକ୍ଷମ ହୋଇଥିଲେ । ପାଣିକୋଇଲି ଠାରେ କୋରେଇ ଥାନା ପକ୍ଷରୁ ଥାନାଧ୍ରକାରୀ ରଂଜିତ ମହାନ୍ତି ଙ୍କ ନିର୍ଦେଶ ରେ ଏ.ଏସ.ଆଇ ସୁବ୍ରତ କୁମାର ସାହୁ ,ମଦମମୋହନ ମଲ୍ଲିକ ପଂହଚି ଦଶଚକିଆ ଟ୍ରକ ଜବଦ କରି ଥାନା କୁ ଆଣିଥିଲେ । ପେଲିସ ର ସୁଚନା ମୁତାବକ ଡ୍ରାଇଭର ଘଟଣା ସ୍ଥଳୁ ଖସିଯାଇଥିବା ବେଳେ ହେଲପର ଥାନା ରେ ଅଟକ ଅଛି ।

error: Thank You Keep Visiting