ସେଂଚୁରିଆନ କୃଷି ବିଶ୍ୱବିଦ୍ୟାଳୟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Straight to the Point

ପାରଳାଖେମୁଣ୍ଡି: କଥାରେ ଅଛି, ଆମ ପରିବେଶ ଆମ ଜୀବନ, ସୁସ୍ଥ ରହିଥାଏ ତା ପାଇଁ ମନ । ସତରେ ମଣିଷ ସହ ପରିବେଶର ସମ୍ପର୍କ ଅତି ନିଆରା । କାରଣ ସେଇ ପରିବେଶ ମାନବକୁ ସୁନ୍ଦରତାର ଦୃଶ୍ୟ ଦେଖାଏ ତ ଆଉ କେତେବେଳେ ପ୍ରକୃତିର ଭୀମ ରୂପ ବି ଦେଖାଏ । ପରିବେଶର ସୁଚିନ୍ତିତ ବାହକ ଏଇ ମଣିଷ । ଅତୀତରୁ ଆଜି ଯାଏଁ ପରିବେଶ ସହିତ ଗଛର ଭୂମିକା ଅତି ନିବିଡ । ବୃକ୍ଷରୋପଣ ଏକ ମହାନ କାମ ବୋଲି ପୁରାଣରେ ବି ଲେଖା ହୋଇଛି । ଆଜିର ବ୍ୟସ୍ତବହୁଳ ସମାଜରେ କେହି ବି ପରିବେଶ ପାଇଁ ଚିନ୍ତା କରୁନାହାନ୍ତି ।

ପରିବେଶ ସୁରକ୍ଷା, ଜୀବନ ରକ୍ଷା ଉକ୍ତି ଆଜି ଭିତ୍ତିହୀନ ଲାଗେ । କିନ୍ତୁ ଗୋଟିଏ ଗଛ ଗୋଟିଏ ଜୀବନ ସହ ସମାନ । ଏଇ ପରିପ୍ରେକ୍ଷୀରେ ସେଂଚୁରିଆନ କୃଷି ବଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକ ମାନଙ୍କ ମିଳିତ ପ୍ରୟାସରେ ଆଖ ପାଖ ଗାଁର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଛି । ୮୦୦ ଟି ଚାରା ମଗାଐବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି ଜାତୀୟ ସେବା ଯୋଜନା ବିଭାଗର ଛାତ୍ରଛାତ୍ରୀ ମାନେ ।

ସଫଳତାର ସହ ଏହାକୁ ତୁଲାଇବାରେ ଜାତୀୟ ସେବା ଯୋଜନାର ମୁଖ୍ୟ ଏନ୍ ମୋହନ ସତ୍ୟାକର, ପ୍ରାଧ୍ୟାପକ ସୈାରଭ ବର୍ମନ, ରାଜେଶ ବେହେରା, ସନ୍ଦୀପ ରାଉତ ପ୍ରମୂଖ ସହଯୋଗ କରିଥିଲେ । କଲେଜର ଅଧ୍ୟକ୍ଷ ସତ୍ୟପ୍ରସାଦ ନନ୍ଦ, ଦେବେନ୍ଦ୍ର ରେଡ୍ଡ୍ି ମଧ୍ୟ ଉପସ୍ଥିତ ରହି ପୂର୍ଣ୍ଣ ସହାୟତା କରିଥିଲେ ।

error: Thank You Keep Visiting