ଧାମରା ପୋର୍ଟସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ଶିଳ୍ପାଞ୍ଚଳ ପରିଦର୍ଶନ

Straight to the Point

ଭଦ୍ରକ: ଧାମରା ପୋର୍ଟ ନିକଟବର୍ତ୍ତୀ କଇଥକୋଲା ଗ୍ରାମପଞ୍ଚାୟତର ୯ଟି ସ୍ୱୟଂ ସହାୟକ ଗୋଷ୍ଠୀର ୧୫ ଜଣ କର୍ମକର୍ତ୍ତାଙ୍କୁ ନେଇ ଆଦାନୀ ଫାଉଣ୍ଡେସନ ତରଫରୁ ଅନୁଗୋଳ ଜିଲାର ଶିଳ୍ପାଞ୍ଚଳ ପରିଦର୍ଶନ କରାଯାଇଥିଲା । ଏହି ଟିମ୍ ଟି ଅନଗୁଳ ଜିଲାର ପରଙ୍ଗାଠାରେ ଥିବା ଜନଜିବୀକା କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା କର୍ମକର୍ତ୍ତାମାନେ ସେଠାରେ ଉତ୍ପାଦନ କରାଯାଉଥିବା ଖାଦ୍ୟ ପଦାର୍ଥ ଛତୁ, ବଡ଼ି, ପାମ୍ପଡ଼, ଦୈନନ୍ଦିନ ବ୍ୟବହାର ଉପଯୋଗୀ ସାମଗ୍ରୀ ସାବୁନ, କ୍ରିମ, ଗୋପାଳନ, ଜିଆ ଚାଷ ଆଦି ବୁଲି ଦେଖିଥିଲେ ।

ଜନଜିବୀକା କେନ୍ଦ୍ରରେ କାର୍ଯ୍ୟରତ ମହିଳା ଓ ଦକ୍ଷ ପ୍ରଶିକ୍ଷିକମାନଙ୍କ ଠାରୁ ପୁଙ୍ଖାନୁପୁଙ୍ଖ ଭାବରେ ଆତ୍ମ ନିର୍ଭରଶୀଳ ଯୋଗ୍ୟ କାମଧନ୍ଦା ବିଷୟରେ ପଚାରି ବୁଝିଥିଲେ । ଦୁଇଦିନିଆ ଏହି ଭ୍ରମଣ କାର୍ଯ୍ୟକ୍ରମରେ ସ୍ଥାନୀୟ ଏସ୍ଏଚ୍ଜି କର୍ମକର୍ତ୍ତମାନେ ଆତ୍ମନିର୍ଭରଶୀଳ ହୋଇପାରିବା ଭଳି କାର୍ଯ୍ୟକ୍ରମଗୁଡ଼ିକୁ ଭବିଷ୍ୟତରେ ଧାମରାରେ କିପରି କରାଯାଇପାରିବ ସେ ବିଷୟରେ ମତପୋଷଣ କରିଥିଲେ । ଆଦାନୀ ଫାଉଣ୍ଡେସନର ଏହି ପ୍ରୟାସକୁ ଏସ୍ଏଚ୍ଜି କର୍ମୀ ଓ ପରିବାରବର୍ଗ ସାଧୁବାଦ ଜଣାଇଥିଲେ ।

error: Thank You Keep Visiting