ନିଖୋଜ ଶିଶୁଙ୍କ ତଲାସି : ଭଦ୍ରକରେ ‘ପରୀ-୩’ ଅଭିଯାନ

Straight to the Point

ଭଦ୍ରକ: ଓଡ଼ିଶା ରାଜ୍ୟ ପୁଲିସ୍ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ନିଖୋଜ ଶିଶୁଙ୍କ ତଲାସି ଅଭିଯାନ ‘ପରୀ-୩’ ଆଜି ୧୧ ଦିନରେ ପହଞ୍ôଚଛି । ଏହି କାର୍ଯ୍ୟକ୍ରମରେ ଜିଲା ପୁଲିସ୍, ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ଲାଇନ୍, ଶ୍ରମ ବିଭାଗ, ପାରା ଲିଗାଲ କର୍ମୀଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ସହଯୋଗରେ ବିଭିନ୍ନ ସ୍ଥାନମାନଙ୍କରେ ଚଢାଉ କରାଯାଇଥିଲା । ଏବଂ ଏହି ଚଢାଉ କାଳରେ ବିପନ୍ନ ଅବସ୍ଥାରେ ଥିବା ଶିଶୁମାନଙ୍କୁ ହୋଟେଲ, ଢାବା, ଗ୍ୟାରେଜ, ଫ୍ଲାଏ ଆସ୍ ବ୍ରିଜ, ୱେଲଡିଂ ଦୋକାନମାନଙ୍କରୁ ଉଦ୍ଧାର କାର୍ଯ୍ୟକ୍ରମ ଜାରି ରହିଛି ।

ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ନିର୍ଦ୍ଦେଶ କ୍ରମେ ଏବଂ ପରୀ-୩ ଅଭିଯାନର ନୋଡାଲ ଅଧିକାରୀ ଡିଏସ୍ପି ସୁରେଶ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ୨ଟି ଟିମ୍ ଗଠିତ ହୋଇ ଜିଲାସ୍ତରରେ ଚଢାଉ କାର୍ଯ୍ୟକ୍ରମ ଜାରି ରହିଛି । ଆଜି ପରୀ-୩ ଅଭିଯାନରେ ଜିଲା ମଧ୍ୟରେ ୫୧ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଶିଶୁଙ୍କୁ ଶିଶୁ ମଂଗଳ କମିଟିରେ ହାଜର କରାଯାଇ ପିତା-ମାତା ଓ ଅଭିଭାବକଙ୍କୁ ଚିହ୍ନଟ କରାଯିବା ସହ ଥଇଥାନ କରାଯାଉଛି । ପିତାମାତା ନଥିବା ଶିଶୁଙ୍କୁ କିଶୋର ନ୍ୟାୟ ଆଇନ୍ ଅନୁସାରେ ଥଇଥାନ ଦିଗ ପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ପରୀ ଟିମ୍ ପକ୍ଷରୁ ସୂଚନା ମିଳିଛି ।

ଏହି ଅଭିଯାନରେ ୨ଟି ଟିମ୍ ସାମିଲ ଥିବାବେଳେ ଆଜି ବାସୁଦେବପୁର ଅଂଚଳରୁ ୭ଟି, ଏଡତାଳ ବାରିକଛକ ସମେତ ୯ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏହି ଚଢାଉ କାର୍ଯ୍ୟକ୍ରମରେ ଟିମ୍ରେ ଥିବା ଇନ୍ସିପେକ୍ଟର ଜୀବନ ମୋହନ ସିଂ, ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ଶ୍ରମ ବିଭାଗର ସୁନନ୍ଦା ବିଶ୍ୱାଳ, ବିକାଶ ରାଉତ, କମଳା ମିଶ୍ର,ରଶ୍ମିତା ସାହୁ ଓ ଅକ୍ଷୟ ସାହୁ ପ୍ରମୁଖ ସାମିଲ ଥିଲେ ।

error: Thank You Keep Visiting