ପୂର୍ବତନ ସ୍ୱୟଂ ସେବକ ସଂଘ ସଞ୍ଚାଳକଙ୍କ ପରଲୋକ

Straight to the Point

ଭଦ୍ରକ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବାଲେଶ୍ୱର ବିଭାଗର ପୂର୍ବତନ ସଂଘ ଚାଳକ ଭଦ୍ରକ ଜିଲ୍ଲା ଏଡତାଳ ଗ୍ରାମନିବାସୀ ରମେଶ ଚନ୍ଦ୍ର ରାଉତଙ୍କର ଆଜି ୭୪ ବର୍ଷ ବୟସରେ ପରଲୋକ ଘଟିଛି । ରାଉତଙ୍କର ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବାରୁ ସେ କଟକ ବଡ ଡାକ୍ତରଖାନାରେ ଚିକତ୍ସାଧିନ ଥିଲେ । ସେଠାରେ ଆଜି ଦିନ ୮ଟା ସମୟରେ ମୃତ୍ୟୁ ହୋଇଛି । ତାଙ୍କ ମରଶରୀରକୁ ନିଜ ଗ୍ରାମକୁ ଅଣାଯିବା ପରେ ସେଠାରେ ତାଙ୍କୁ ବହୁ ଶିକ୍ଷାବିତ୍, ସ୍ୱୟଂ ସେବକ ସଂଘର କର୍ମକର୍ତ୍ତା ଶେଷ ଦର୍ଶନ କରିବା ସହ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଶ୍ରୀ ରାଉତ ଜଣେ ସଂସ୍କୃତ ଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦର ଭଦ୍ରକ ଜିଲ୍ଲା ସଭାପତି ମଧ୍ୟ ହୋଇଥିଲେ । ତାଙ୍କ ମୃତ୍ୟୁ ସମୟରେ ୩ ପୁଅ, ବୋହୁ, ଝିଅ ଜ୍ୱାଇଁ, ନାତି ନାତୁଣୀଙ୍କ ସମେତ ପରିବାର ସଦସ୍ୟ, ସଂଘ ପରିବାରର ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଦେଖା ଦେଇଥିଲା ।

error: Thank You Keep Visiting