ଭଦ୍ରକ ଜିଲ୍ଲା ଲେଖକ ସାମ୍ମୁଖ୍ୟର କ୍ରାନ୍ତି କବିତା ଆସର

Straight to the Point

ଭଦ୍ରକ: ଭଦ୍ରକ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଆନୁକୂଲ୍ୟରେ ଭଦ୍ରକ ସହର ନରିପୁର ଠାରେ କ୍ରାନ୍ତି କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । ଏହି ଆସରରେ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ସୁଧାକର ନନ୍ଦ ପୌରୋହିତ୍ୟ କରିଥିଲେ । କବୟିତ୍ରୀ ପ୍ରୀତିଲତା ପଣ୍ଡା ଓ ଅନୁରାଧା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଇଂ. ଅଭୟ ସୂତାର, ପ୍ରଫେସର ଅଟଳ ବିହାରୀ ନାୟକ, ଡ. ଅବନୀ କୁମାର ପ୍ରଧାନ, ଡ. ପ୍ରଭାତ ନଳିନୀ ମହାପାତ୍ର, କରୁଣାକର ବେହୁରିଆ, ଭାନୁମତୀ ମାଟିଆ, କବୟିତ୍ରୀ ବସନ୍ତ ମିଶ୍ର, ଗୀତାରାଣୀ ଆଇଚ, ନାଟ୍ୟଶ୍ରୀ ନିର୍ମଳ ରାଉତ, ରମେଶ ଚନ୍ଦ୍ର ସ୍ୱାଇଁ, ଡା. ଅନିଲ କୁମାର ଦାଶ, ନୀହାର ରଂଜନ କର, ବିଜୟ କୁମାର ବହଳୀ, ଡ. ପ୍ରଫୁଲ୍ଲ କୁମାର ସାହୁ, ଗୟାଧର ପଣ୍ଡା, ପ୍ରମୋଦ ରାୟ, କାଳନ୍ଦୀ ମଲ୍ଲିକ, ଅଶୋକ କୁମାର ମହାନ୍ତି, ମମତାରାଣୀ ଦାଶ, ବୈକୁଣ୍ଠ ବିଶ୍ୱାଳ ପ୍ରମୁଖ କବିତା ପାଠ କରିଥିଲେ ଓ ସଭାପତି ସୁଧାକର ନନ୍ଦ କବିତା ଗୁଡିକ ସମୀକ୍ଷା କରିଥିଲେ । ଏହି ଅବସରରେ ପ୍ରଫେସର ଅଟଳ ବିହାରୀ ନାୟକ, ଗଗନ ବିହାରୀ ରାଉତ, ଚର୍ଚ୍ଚିକା ପ୍ରସାଦ ମହାପାତ୍ର, ଇଂ ଅଭୟ ସୂତାର, ନାଟ୍ୟଶ୍ରୀ ନିର୍ମଳ ରାଉତ, ପଣ୍ଡିତ ଦୈତ୍ୟାରୀ ମହାପାତ୍ର, ବିଜୟ କୁମାର ବହଳୀ ଓ କବୟିତ୍ରୀ ବସନ୍ତ ମିଶ୍ର ବକ୍ତବ୍ୟ ରଖିଥିଲେ । ଲେଖକ ସାମ୍ମୁଖ୍ୟର ସମ୍ପାଦକ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

error: Thank You Keep Visiting