ବିଦ୍ୟାକନକ ସୃଜନ ଅନୁଷ୍ଠାନ ପକ୍ଷରୁ କାଉଡ଼ିଆଙ୍କ ସମ୍ମାନାର୍ଥେ ଭଜନ ସମାରୋହ

Straight to the Point

ଭୁବନେଶ୍ୱର: ଶ୍ରାବଣ ମାସ ଶେଷ ସୋମବାର ୧୨ ତାରିଖ କାଉଡ଼ିଆମାନଙ୍କ ଜଳାଭିଷେକ ଲିଙ୍ଗରାଜ ମନ୍ଦିରରେ ହୋଇଥିବା ପରିପ୍ରେକ୍ଷୀରେ ଓ ତାଙ୍କ ସମ୍ମାନାର୍ଥେ ରାମେଶ୍ୱର ପାଟଣାସ୍ଥିତ ବିଦ୍ୟାକନକ ସୃଜନ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ସନ୍ଧ୍ୟାରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଭୁବେନଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହି ଭଜନ ସମାରୋହରେ ମୁଖ୍ୟ ଅତିଥି ଏବଂ ବିଜେଡ଼ି ଯୁବ ରାଜ୍ୟ ସଭାପତି ଅମରେଶ ପତ୍ରି ସମ୍ମାନିତ ଅତିଥି ରୂପେ ଯୋଗଦେଇ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଆସିଥିବା କାଉଡ଼ିଆମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉତ୍ସବରେ ଶୁଭ୍ରଜିତ ପାଢୀ, ବିନ୍ଦୁସାଗର ମହାନ୍ତି, କମଳାକାନ୍ତ ସେଠୀ, ମୁକେଶ ସାହୁ, ସନ୍ଦୀପ ସ୍ୱାଇଁ ଓ ପ୍ରଭାତ ପରିଡ଼ା, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଓ ପ୍ରଭାସ ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବିବେକ ରାଉତ, ସ୍ୱଦେଶ ମହାନ୍ତି, ପବିତ୍ର କୁମାର ଓ ପୁଷ୍ପା ପ୍ରମୁଖ ଭଜନ ପରିବେଷଣ କରିଥିଲେ ।

error: Thank You Keep Visiting